STORYMIRROR

PUSPALATA SAHOO

Abstract Action Inspirational

3  

PUSPALATA SAHOO

Abstract Action Inspirational

ବାଦଲର ଗର୍ଜନ

ବାଦଲର ଗର୍ଜନ

1 min
149


ଟୋପି ଟୋପି ଜଳକଣା ମିଶି

ସୃଷ୍ଟି ହୋଇଛି ତାର

ଯେତେ ଥଣ୍ଡା ହୁଏ ତିଆରି କରେ

ମେଘର ମଲ୍ଲହାର!!

କଳା ରୂପ ନେଇ ଆସେ କେବେ ଧଳା ରୂପ

ତା ଦେହରେ ଜଳ ବିନ୍ଦୁ

ବହି ଆସେ ନେଇ

ଘନ କଳା ବାଦଲ ସେ ରୂପ ତାର ନାହିଁ!

କେବେ ଦିଶେ ଘୋଡା ପରି

କେବେ ହାତୀ ପରି

କେବେ ଜହ୍ନ ମାମୁଁ କୋଳେ

ଲୁଚେ ହସି କରି !!

ମେଘ ସାଥେ ମେଘର ହେଲେ ସଂଯୋଗ

ଘୋର ଗର୍ଜନ କରି

କରେ ବଡ଼ ଶବଦ

ଆଖିରେ ଝଲସି ଯାଏ ବିଜୁଳିର ରେଖା

କାନ ଶୁଣି ଥାଏ ଘଡଘଡି

ପଛେ ଆସେ କରି ଘୋର ଗର୍ଜନ

ବାଦଲ ଫାଙ୍କରୁ ଶୁଭେ

ବଡ଼ ବଡ଼ ଶବ୍ଦର ଝଙ୍କାର!!

ବାଦଲ ଅଜାଡି ଦିଏ

ତା ଦେହର ଯେତେ ଜଳ ରାଶି

ନଈ ନାଳ ପୁରି ଉଠେ

ଶୀତଳ ଜଳ ପାଇ!!

ବରଷା କାଳ ଅଟେ ସଭିଙ୍କ ପାଇଁ ହିତ

ତା ସଙ୍ଗେ ବସିବା ଆମେ ଆସ ମିତ!!






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract