ବାଦଲର ଗର୍ଜନ
ବାଦଲର ଗର୍ଜନ


ଟୋପି ଟୋପି ଜଳକଣା ମିଶି
ସୃଷ୍ଟି ହୋଇଛି ତାର
ଯେତେ ଥଣ୍ଡା ହୁଏ ତିଆରି କରେ
ମେଘର ମଲ୍ଲହାର!!
କଳା ରୂପ ନେଇ ଆସେ କେବେ ଧଳା ରୂପ
ତା ଦେହରେ ଜଳ ବିନ୍ଦୁ
ବହି ଆସେ ନେଇ
ଘନ କଳା ବାଦଲ ସେ ରୂପ ତାର ନାହିଁ!
କେବେ ଦିଶେ ଘୋଡା ପରି
କେବେ ହାତୀ ପରି
କେବେ ଜହ୍ନ ମାମୁଁ କୋଳେ
ଲୁଚେ ହସି କରି !!
ମେଘ ସାଥେ ମେଘର ହେଲେ ସଂଯୋଗ
ଘୋର ଗର୍ଜନ କରି
କରେ ବଡ଼ ଶବଦ
ଆଖିରେ ଝଲସି ଯାଏ ବିଜୁଳିର ରେଖା
କାନ ଶୁଣି ଥାଏ ଘଡଘଡି
ପଛେ ଆସେ କରି ଘୋର ଗର୍ଜନ
ବାଦଲ ଫାଙ୍କରୁ ଶୁଭେ
ବଡ଼ ବଡ଼ ଶବ୍ଦର ଝଙ୍କାର!!
ବାଦଲ ଅଜାଡି ଦିଏ
ତା ଦେହର ଯେତେ ଜଳ ରାଶି
ନଈ ନାଳ ପୁରି ଉଠେ
ଶୀତଳ ଜଳ ପାଇ!!
ବରଷା କାଳ ଅଟେ ସଭିଙ୍କ ପାଇଁ ହିତ
ତା ସଙ୍ଗେ ବସିବା ଆମେ ଆସ ମିତ!!