STORYMIRROR

PUSPALATA SAHOO

Abstract Romance Action

4  

PUSPALATA SAHOO

Abstract Romance Action

ଆଷାଢ଼ ରାତି

ଆଷାଢ଼ ରାତି

1 min
266

ବରଷା ଆଣିଛି ଆଷାଢ଼ ରାତି

ଛାତିରେ ଭରିଛି ଅନେକ ଭୀତି !!

ପ୍ରୀତିର ନିଆଁ ମୋ ହୃଦୟେ ଜଳେ

ଆସ ପ୍ରିୟା ଆସ ମୋହରି କୋଳେ!!

ମନରେ ଜାଗିଛି କେତେ ସପନ

ଆଙ୍କିଦିଅ ଓଠେ ମୋର ଚୁମ୍ବନ !!

ସାଥୀ ତୁମେ ମୋର ସାରା ଜୀଵନ

ଏକ ହେବା ଆଜି ହଜାଇ ମନ !!

ଆକାଶେ ବିଜୁଳି ମନରେ ତାତି

ବାହୁରେ ନିଅ ଥରେ ଜଗାଇ ପ୍ରୀତି!!

ଛନକା ପଶିଛି ଛାତିରେ ମୋର

କାମନା ନିଆଁରେ ଜଳୁଛି ଦେହ !!

ପ୍ରୀତି ପରଶରେ ଲିଭାଇ ଦେଇ

ହଜି ଯିବା ଦୁହେଁ ହୃଦୟ ଦେଇ !!

ତୁମେ ମୋର ଆଉ ମୁଁ ଯେ ତୁମର

ଏ ଦେହ ମନ ସବୁ ହେବ ତୁମର !!

ନିଝୁମ ରାତିରେ ସାଥୀ ତ ତୁମେ 

ବରଷାରେ ଭିଜି ରଚିବା ଆମେ !!

ପ୍ରେମ କାହାଣୀର ଅଭୁଲା କଥା

ଦୁନିଆରେ ହେବ ଅଭୁଲା ଗାଥା !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract