ସପନ ପରୀ
ସପନ ପରୀ

1 min

363
ସପନରେ ଆସୁ ସପନ ପରୀମୋ
ମନ କରିଦେଉ ଖୁସି
ତୋ ପରି ପରୀ ତ ଦୁନିଆରେ ନାହିଁ
ତୁ ମୋ ଷୋଳ ବୟସୀ !!
ଓଠରୁ ତୋହରି ଝରିଯାଏ ମଧୁ
ମହୁ ଠାରୁ ବେଶୀ ମିଠା
ତୋ ଚାହାଁଣୀରେ ଭରି ରହିଅଛି
ଲାଗିଯାଏ ସତେ ଅଠା !!
ଦିନରାତି ତୋର ବଦନ ଦେଖଇ
ନ ଦେଖିଲେ ଉଣା ମନ
ପ୍ରୀତିରେ ତୋହରି ପ୍ରଣୟ ଭରିଛି
ଫୁଲ ରସ ହୁଏ ସମ !!
ସପନେ ନ ଆସି ସତରେ ଆସିଯା
କରିବି ତୋତେ ମୋ ରାଣୀ
ତୁ ଆସିଗଲେ ଦୁନିଆଟା ମୋର
ହୋଇବ ପ୍ରେମର ମୁଣି !!