ଭିଜା ଭିଜା ବର୍ଷା ଦିନ
ଭିଜା ଭିଜା ବର୍ଷା ଦିନ


ଭିଜା ଭିଜା ବର୍ଷା ସାଥେ ମନ ମୋର ଭିଜେ
ପ୍ରାଣ ପ୍ରିୟା ସାଥୀ ସଙ୍ଗେ ବରଷାରେ ହଜେ ।
ଭାରି ଭଲ ଲାଗେ ଏଇ ବରଷାର ଧାରା
ତା ସାଥେ ମୋ ମନ ମିଶି ହୁଏ ନଦୀ ପରା ।
ପ୍ରେମ ନଦୀ ଧାରା ବହେ ଦୁଇ କୂଳ ଛୁଇଁ
ଦୁଇ ମନ ମିଶି ହୁଏ ଏକ ପ୍ରେମ ନଈ ।
ଶ୍ରାବଣର ଧାରା ଆସେ କଳା ମେଘ ଧରି
ତାକୁ ଦେଖି ନାଚିଯାଏ ମୋ ମନ ମୟୂରୀ ।
ବିଜୁଳି ଓ ଘଡଘଡି ଆକାଶରେ ଦିଶେ
ରୂପ ତାର ମନଲୋଭା ମନରେ ଝଲସେ ।
ଭାରି ଭଲ ଲାଗେ ଏଇ ବର୍ଷା ଭିଜା ଦିନ
ପୁରୁଣା ସ୍ମୃତିରେ ସତେ ଭିଜେ ଏଇ ମନ ।