ଜଲେବୀ ଖିଆ
ଜଲେବୀ ଖିଆ


ପ୍ରିୟା ସାଥେ ଦିନେ ଯାଇଥିଲି ମୁହିଁ
ଓଡ଼ିଆ ବଜାର ବୁଲି
ହାତେ ଧରିଥିଲା ଭ୍ୟାନିଟି ଗୋଟିଏ
ଚାଲୁଥିଲା ହଲି ହଲି ।
ରାସ୍ତା କଡରେ ଭଳି ଭଳି ଚିଜ
ଦେଖିଣ ଗଲା ଅଟକି
ହଟ ଜଲେବି ଖାଇବ ବୋଲିକି
ଆଖି ତାର ଗଲା ଲାଖି ।
ଗରମ ଗରମ ଜଲେବିକୁ ଦେଖି
ପାଟିରୁ ବୁହାଇ ଲାଳ
ଦୋକାନୀ ଭାଇକୁ ମାଗିଲା ଦିଓଟି
କରି ସେଠି ହଟ ଗୋଳ ।
ଖାଇ ସାରି ସବୁ ଜଲେବିକୁ ଏବେ
ଚାଲିଗଲା ଆଗେ ଆଗେ
ବନ୍ଧା ପଡିଲି ମୁଁ ଦୋକାନୀ ପାଖରେ
ଟଙ୍କା ଖୋଜୁଥିଲି ବାଗେ ।
ଭ୍ୟାନିଟି ଖୋଲିକି ଦେଖିଲି ଭିତରେ
ନ ଥିଲା ଗୋଟିଏ ଟଙ୍କା
ହଟ ଜଲେବି ଖୁଆଇ ପ୍ରିୟାକୁ
ମୁହଁ ହୋଇଗଲା ବଙ୍କା ।