STORYMIRROR

Amulya Kumar Nayak

Comedy Fantasy

4  

Amulya Kumar Nayak

Comedy Fantasy

ମୁଁ ଉପନିର୍ବାଚନ କହୁଛି

ମୁଁ ଉପନିର୍ବାଚନ କହୁଛି

1 min
391


ପାଞ୍ଚ ବରଷର ଆୟୁଷ ଦିହରୁ

   ଚାଲିଗଲାଣି ତ ଫାଳେ

ତଥାପି କାହିଁକି ବୁଢାଠୁଁ ଭେଣ୍ଡିଆ

   ମୋ କଥା ବସିକି ଭାଳେ ।।

ମୁଁ କ'ଣ ଷୋହଳ ବୟସୀ ନବୀନା

   ସଜ ମଲ୍ଲୀଫୁଲ ଗୋଟେ

ଧୋବ ଫରଫର ମୋ ଆଡେ ଆସନ୍ତି

   ଗାଆଁରୁ ସହର ନାଚେ ।।

କେତେ ବଡ ବଡ ଅଫିସର ବାବୁ

    ଟେଏଣ୍ଟ ପକାନ୍ତି ଆସି

ଆଳୁ, ବାଇଗଣ ଚୁଲି ଛୁଏଁ ନାହିଁ

    ମେଁ ମେଁ ବୋଦା ଖାସି ।।

ନୂଆ ବୋହୂଟିଏ ଓଢଣା ଫାଙ୍କରୁ

    ନୂଆ ନୂଆ ମୁହଁ କାଢେ

ନିଜ ବାହାଦିନ ଏତେ ବରଯାତ୍ରୀ

    ଦେଖିନି କରୋନା କାଳେ ।।

କେତେ ଭଲପା'ନ୍ତି ସାହି ଭାଇଙ୍କୁ ସେ

    ଅଦେଖା ମିଣିପ ଦେଖା

ଗାଆଁ ମାଧିଆଟା ବିଲକୁ ଯାଉନି

    ଉଠଉନି ଧାନ ଅଖା ।।

କେନ୍ଦ୍ର ସଙ୍ଗେ ରାଜ୍ଯ ହୋଇଥା'ନ୍ତି ଭାଜ୍ଯ

    ଭାଜକ ଜନତା ତୁଚ୍ଛା

ଭାଗଫଳ ତାଙ୍କ ଭାଗ୍ଯେ ଝୁଲୁଥାଏ

    ଭାଗଶେଷ ମାରେ କଚ୍ଛା ।।

ମାଣ୍ଡିଆଜାଉ ଯେ' ଖାଉଥିଲା ଘରେ

    ମେଁ ଫେୟାରରେ ବସେ

ଜିତିଛି ସେ ଗଡ ପାଇକଠୁଁ ବଡ

    ଗୁଡାଖ ଦାନ୍ତଟା ଦିଶେ ।।

ଅଢେଇ ବର୍ଷରେ ଅଢେଇଶ' କୋଟି

     ଗିଳିଦେବ ସବୁ ବାଛି

ସେବାରେ ଦେବାରେ ଭାବରେ ନେବାରେ

     ଉପନିର୍ବାଚନ ଅଛି ।।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy