STORYMIRROR

Amulya Kumar Nayak

Tragedy

4  

Amulya Kumar Nayak

Tragedy

ବାହାନଗାରୁ ଚିଠି

ବାହାନଗାରୁ ଚିଠି

1 min
333


ସ୍ନେହର ଝୁନୁ ମୋ ସ୍ନେହ ନେବୁ ବାରେ

   ହସ ହସ ବଦନରେ

ଲେଖୁଛି ଚିଠିଟେ ହୃଦୟ କନ୍ଦରୁ

   ବାହାନଗା ମାଟି ପରେ ।। 


ରହିଲୁ ଦୂରରେ ଅଭିମାନ କରି

   ଅଭିଶାପ ହେଲା ମୋର

ଅଧା ଯାତ୍ରା ମୋର ଅଧା ବାଟ ହେଲା

   ସଂସାର ବିଷମ ସାର ।। 


ଭାଇ ବଂଧୁ ଅବା ଜ୍ଞାତି କୁଟୁମ୍ୱଟେ

    ଦେଖାନାହିଁ କାଳରାତ୍ରେ

ନିଜ ଛାଇ ଆଜି ନିଜର ହେଉନି

    ତୁଣ୍ଡ ମାଗେ ପାଣି ଟୋପେ।। 


ତମ ହାତରନ୍ଧା ଫୋପାଡିଛି କେତେ

    ଅଲଣା ଲୁଣିଆ କହି

ସିଝା ଦରସିଝା ମିଳୁନି ବକଟେ

   ଭୋକେ ହୁଏ ହାଇପାଇ ।। 


ଶଙ୍ଖା ବି ଯାଇଛି ସିନ୍ଦୂର ଲିଭିଛି

   ବାହା ବେଦୀ ସବୁ ତୁଚ୍ଛ

ବେଳକୁ ଅଣ୍ଡାଳି କାଳ ଗିଳିଅଛି

   ଭାବନା ହୋଇଛି ମିଛ ।। 


ମହାବାତ୍ଯା ପରେ ମହାବନ୍ଯା ପୁଣି

   ଲୌହଦାନବର ରଡି

ଓଡିଶା ଭୂଇଁକୁ ଘେରି ରହିଛନ୍ତି

   ଜଗତେ ପଡିଛି ହୁଡି।। 


ସପନ ମରିଛି ଭାବନା ଶେଯରେ

    ରାତି ବି ଢାଳୁଛି ଲୁହ

ରାଜନୀତି ଫାଶେ ଫଶିଛି ଜୀବନ

    ଶବ ଚାହୁଁନାହିଁ ମୁହଁ ।।


ବାହାନଗା ଏବେ ବାହୁନୁଛି ବସି

   କେତେ କୁଳ ଶୂନ୍ଯ କରି

ସଧବା ବିଧବା ଏକାକାର ଏଠି

    କିଏ ବା ପାରିବ ଭରି ? 


ପାଇବୁକି ନାହିଁ ହାତଲେଖା ଚିଠି

    ଏ ବିଶ୍ୱାସ ନାହିଁ ମୋର

ଜୀବନ ଯେଉଁଠି ଆୟୁଷ ମାଗୁଛି

    ସାରୁ ପତରରେ ନୀର ।। 


ଥାଅ ତମେ ଦୂରେ ମୋ ସ୍ନେହ ପ୍ରେମରେ

    ଝୁରିବୁ ନାହିଁ ଲୋ ଝୁନୁ

ମାଟିର ଦେହଟା ମାଟି ଖାଇଯିବ

   ବୟସକୁ ଗଣୁଗଣୁ 

   ବୟସକୁ ଗଣୁଗଣୁ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy