STORYMIRROR

Amulya Kumar Nayak

Romance

4  

Amulya Kumar Nayak

Romance

ଯେବେ ବୟସ ଯାଆନ୍ତା ଖସି

ଯେବେ ବୟସ ଯାଆନ୍ତା ଖସି

1 min
30


ଯଦି ବୟସ ଯାଆନ୍ତା ଖସି.....

ଆଉ ବେଶି ଦିନ ପ୍ରେମ ମୁଁ କରନ୍ତି

ତମ ସାଥେ ହସିହସି

ଟୁପୁରୁ ଟାପୁରୁ ବସି ଗପୁଥାନ୍ତେ

ଦୁଇ ଆଖି ଦୁହେଁ ମିଶି

ଯଦି ବୟସ ଯାଆନ୍ତା ଖସି   ।।


ଯଦି ବୟସ ଯାଆନ୍ତା ଖସି......

କଲେଜ ଯାଆନ୍ତେ ନଲେଜ ବଢେଇ

ଦେହକୁ ଦେହରେ ନେସି

ଭୂଗୋଳ ସାହିତ୍ୟ ଇତିହାସ ପଢି

କେତେ ଯେ ହୁଅନ୍ତେ ଖୁସି

   ଯଦି ବୟସ ଯାଆନ୍ତା ଖସି  ।।


ଯଦି ବୟସ ଯାଆନ୍ତା ଖସି.....

ଆଉ ଥରେ ବେଦୀ ଉପରେ ବସନ୍ତି

ଗଇଁଠାଳ କାନ୍ଧେ ଖୋସି

ଶାଳୀ ଅଭିମାନ ମୋର ବଡ ପଣ

ସବୁତ ଯାଆନ୍ତା ମିଶି

   ଯଦି ବୟସ ଯାଆନ୍ତା ଖସି  ।।


ଏବେ ବୟସ ହେଲାଣି ଅଶୀ

ସ୍ମୃତି ପରା ସବୁ ଟାପରା କଲେଣି

ଚମ ଧୁଡୁଧୁଡୁ ବାସି

ମଶାଣି ଡାକୁଛି ବୀଣାମୁଠି ଧରି

ତା ସାଥେ ଯିବାକୁ ମିଶି

  ଏବେ ବୟସ ଗଲାଣି ଖସି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance