STORYMIRROR

ଗଣେଶ୍ୱର ବେହେରା

Romance

3  

ଗଣେଶ୍ୱର ବେହେରା

Romance

ତୁମ ଚେନାଏ ହସ

ତୁମ ଚେନାଏ ହସ

1 min
169

ଅତି ସନ୍ତର୍ପଣରେ 

ଯନ୍ତ୍ରଣାର ଢେଉ ସବୁକୁ ପିଠି କରି

ଟାହିଟାପରାର ବିଷକୁ ତଣ୍ଟିରେ ଢୋକି

ଲୁହର ସୁଅରେ ନିତି ପହଁରୁଛି

କେବଳ ତୁମର ଚେନାଏ ହସ ପାଇଁ।


ଜାଣ! ତୁମ ଅସରାଏ ପାକଳ ହସ

ମୋତେ ନିଶାସକ୍ତ କରିଦେଇଛି

ମୁଁ "ତୁମେ" ହୋଇଯାଇଛି

ଏକଦମ୍ ଆଇନାର ପାଗଳାମି ଭଳି।


ହଁ , ତୁମେ ହସିଲା ବେଳେ

ତୁମ ଆଖି ଯୋଡାକ ବେଶ୍ ଉଛୁଳି ଉଠେ

ଠିକ୍ ଜୁଆରିଆ ନଈର ଚପଳାମି ପରି

ଅନର୍ଦାହ ରୁ ଅନ୍ତର୍ବାହ ପର୍ଯ୍ଯନ୍ତ ।


ଆଉ ତୁମ ଓଠର

ବିଭୋର ଆବେଦନ 

ଆବଦ୍ଧ ଆଲିଙ୍ଗନରେ ଛନ୍ଦିପକାଏ 

ମୋର ପୁଷମାସିଆ ଛାତିଟାକୁ।


ଏବେ ସମୟ କଣ୍ଟ ଦେଲାଣି 

ଚେନାଏ ହସକୁ ବାନ୍ଧି ରଖିବାକୁ 

ହୋମ ନିଆଁ ର ଚଉହଦୀ ବିସରଣରେ 

 ଆଉ ପ୍ରେମର ଆତୁର ବିଚରଣରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance