ମା
ମା
ମା
କେବଳ ଏକ ଶବ୍ଦ ନୁହଁ
ମା ଭରସା ,ଆତ୍ମୀୟତା ଆଉ ମମତାର
ଏକ ଅଭୁଲା ଅଲିଭା ରାହା ।
ମା
ଘନ ଅନ୍ଧାରରେ ଦୀପ ଟିଏ
ମରୁଭୂମିରେ ତୃପ୍ତି ର ବାରିଧାରାଟିଏ
କୋହ ର ଆବଦ୍ଧ ଆଲିଙ୍ଗନ
ଆଉ ଭିଡ଼ ଭିତରେ ନିଜର ମଣିଷ ଟିଏ ।
ମା
ଥକେ ନାହିଁ କେବେ ଯୁଝୁ ଯୁଝୁ
ତର ନାହିଁ ପୋଛିବାକୁ ସମୟର ଝାଳ
ପଣତଟି ତାର ଅଭେଦ୍ୟ ପ୍ରାଚୀର
ତା ଆଶିଷେ ସନ୍ତାନ ହୁଏ ଅଜର ଅମର ।
ମା
ଲଢ଼ି ପାରେ ସାରା ଦୁନିଆଁ ସହ
ଯେବେ ଝରେ ତା ସନ୍ତାନ ଆଖିରୁ ଲୁହ
ସିନ୍ଦୂର ବି ଫିକା ପଡିଯାଏ
ଦେଖି ତା ତ୍ୟାଗର ଅଫୁରନ୍ତ ସୁଅ ।
ମା
କେବେ ପଥିକ ନୁହେଁ ପ୍ରତ୍ୟାଶା ପଥର
ପ୍ରଜ୍ଜ୍ଵଳିତ କରୁଥାଏ ଶିଖା ସ୍ନେହ ପ୍ରେମର
ତା ଆଖିର ଟୋପାଏ ଲୁହଧାର
ମହାବାତ୍ୟା ଆଉ ମହାମାରୀଠୁ ବି ଆହୁରି ଭୟଙ୍କର ।