STORYMIRROR

ଗଣେଶ୍ୱର ବେହେରା

Others

3  

ଗଣେଶ୍ୱର ବେହେରା

Others

ସ୍ମୃତି ତୁମେ ଅକ୍ଷୟ

ସ୍ମୃତି ତୁମେ ଅକ୍ଷୟ

1 min
181

       

  

ବିଚଳିତ ଉତ୍କଣ୍ଠା

ସଂଗୀତ ମନସ୍କ ଛାତି

ଶବ୍ଦମାନଙ୍କ ଚଉହଦୀ ଆବେଦନ 

ଅକ୍ଷୟ ରହିବ ତୁମ ଭାବ ଆଲିଙ୍ଗନ..


ଧୂନ୍ ମାନଙ୍କ ସହ ନିବିଡ଼ତା

ସାତସୁରର ଅବୁଝା ବାଦଶାହ 

ମୂର୍ଚ୍ଛନାର ନିଆରା ଯାଯାବର 

ଅଜର ରହିବ ତୁମ ଶାଣିତ ଅନ୍ତଃସ୍ୱର..


ଭଙ୍ଗା ହୃଦୟ ମାନଙ୍କ ଅତୁଟ ପ୍ରେମିକ 

ବିସ୍ମୃତିର ମିଳନ ତୁଠ

ମନମୟୁରୀଙ୍କ ଆତ୍ମିକ ବତୀଘର 

ତରଙ୍ଗାୟିତ ହେଉଥାଉ ତୁମ ସ୍ମୃତିଜୁଆର..


ସ୍ବର ମାନଙ୍କ ପଲ୍ଲବିତ ପ୍ରତିଧ୍ବନି

ବାଟୁଆ,ଘାଟୁଆଙ୍କ ପଂକ୍ତି ଘୋଷା 

ଲୁହପିଆ ବିରହୀ ଓଠ

ତୁମରି ସୁଗନ୍ଧେ ଭିଜୁଥିବ ଜୀବନ ତୁଠ।



Rate this content
Log in