STORYMIRROR

ଗଣେଶ୍ୱର ବେହେରା

Inspirational

3  

ଗଣେଶ୍ୱର ବେହେରା

Inspirational

ମୁକ୍ତିର ମଶାଲ

ମୁକ୍ତିର ମଶାଲ

1 min
157

ମୁଁ ଏକ ଦିଶାହୀନ ବିହଙ୍ଗ...

ମୋ ଇପ୍ସିତ ଦିଗବଳୟ ଚିର ବିସ୍ଥାପିତ 

ସଙ୍କୁଚିତ ମୋ ଡେଣାର ଚପଳାମି ବ୍ୟାସାର୍ଦ୍ଧ 

ମୁଁ ମୁକ୍ତିର ନୀରବ ସାଧକଟିଏ 


ସଂଗ୍ରାମୀ ଛାତି ମୋ ଏନ୍ତୁଡିଶାଳ 

ମାଟିର ମୋହ ମୋ ଦେହେ ଆଜନ୍ମ ଲିପା 

ଉଡ଼ିବାର ନିଶା ମୋ ଆସକ୍ତିକୁ ସମାଧି ଦେଇଛି 

ମୁଣ୍ଡ ଟେକି ଚାଲିବାର ଉନ୍ମାଦନାରେ ମୁଁ କବଳିତ 


ଡେଣା ମୋ କେବେ ବନ୍ଧା ପଡିନି 

ବୈମାତୃକ ଭାବନାର ଗହୀରିଆ ଚୋରାବାଲିରେ 

ମନ ମୋ କେବେ ଅମାନିଆ ହୋଇନି 

ପ୍ରାୟୋଜିତ ନିଦାଘର ଅଭିଶପ୍ତ ରଙ୍ଗଶାଳାରେ 


ଅଦୃଶ୍ୟ ପଞ୍ଜୁରୀରେ ଛଟପଟ ମୋ ଅଭିବ୍ୟକ୍ତି

ମୋ ବିପ୍ଳବୀ ପାଦ କୁଟନୀତିର ଧାରୁଆ ପଞ୍ଝାରେ 

ଯୁବସୁଲଭତା ବାର୍ଦ୍ଧକ୍ୟ ଅଭିଧାନର ବାଧ୍ୟ ପାଠକ 

ଭାଗ୍ୟଭବିଷ୍ୟ ମୁଷ୍ଟିମେୟଙ୍କ ଆତ୍ମଲିଖିତ ପାଣ୍ଡୁଲିପିରେ 


ତଥାପି ମୁକ୍ତିର ମଶାଲରେ ମୁଁ ଆନ୍ଦୋଳିତ 

ମତୁଆଲା ଇସ୍ତାହାରରେ ମୋ ଅନ୍ତରାତ୍ମା ଉଦ୍ଭାସିତ  

ନବ ଉନ୍ମେଷର ଆତ୍ମହରା ଶୋଭାଯାତ୍ରାରେ ମୁଁ ବିଗଳିତ 

ସ୍ଵପ୍ନ ବୋଳା ଶ୍ରାବଣର କୁହୁକ ସ୍ପର୍ଶରେ ମୁଁ ଚିରପ୍ଳାବିତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational