STORYMIRROR

ଗଣେଶ୍ୱର ବେହେରା

Others

3  

ଗଣେଶ୍ୱର ବେହେରା

Others

ଜୀବନରୁ ଆଉ ଫର୍ଦ୍ଦେ

ଜୀବନରୁ ଆଉ ଫର୍ଦ୍ଦେ

1 min
192

          (ଜୀବନରୁ ଆଉ ଫର୍ଦ୍ଦେ)

ଚିହ୍ନା ଦିଗବଳୟ, ଅଚି଼ହ୍ନା ସକାଳ

      ପୁରୁଣା ସ୍ଵପ୍ନସବୁ ବାଲି କାଗଜ ରେ ଘଷା 

  ନୀରବତା ଡୋରିରେ ବନ୍ଧା ହେବ 

          କେତେ ଅଭିମାନ ଆଉ ରାଗରୁଷା ।


 ସ୍ନେହଅବିରର ବୋଳାବୋଳି,

ଆତ୍ମୀୟଭାବନାର କୋଳାକୋଳି 

          ଅସ୍ତମିତ ଝାଳମାନଙ୍କ ମତୁଆଲା ଅବପାତ 

   ଶ୍ରାବଣ ବର୍ଷାରେ ଭିଜିବ ପୁଣି 

          ତତଲା ନିଶ୍ୱାସ ଆଉ ବାଟହୁଡ଼ା ମନପଥ ।


ଅଡୁଆ ସୁତାର ଫେଡାଣ, ପ୍ରେମସିକ୍ତ ପଲକର ମିଶାଣ 

             ଅବୁଝା ମୁହୂର୍ତ୍ତମାନଙ୍କ ପ୍ରଣୟ ନିବେଦନ 

  ଏସନ ବାସନ୍ତୀ ଫଗୁରେ ସଜେଇ ହେବ 

               ଭୋଦୁଅ ଛାତି ଆଉ ଶୀତୁଆ ମନ ।


 ପ୍ରକୃତିର ମହାକୋପ, ମହାମାରୀର ମହାପ୍ରକୋପ 

             ଚେଇଁ ଉଠିଲାଣି ସବୁ ସୁପ୍ତଚେତନା 

  ଅସଜଡ଼ା ସବୁ ସଜାଡି ହେଲେଣି

     ବସ୍ତୁବାଦୀଙ୍କ ଘରଲେଉଟାଣି, ନାସ୍ତିକଙ୍କ ବିଭୁ ବନ୍ଦନା ।


 କଣ୍ଟକିତ ବାଟ, ନବଉନ୍ମେଷ ର ପ୍ରୀତି କବାଟ 

                   ଉଚ୍ଛଳିତ ସ୍ଵପ୍ନକୁ ସମୟ ଅଧେ 

ଲୁହଲହୁ ଯେବେ ଆମ ଆୟୁଧ ହେବ 

       ଜୀବନ ହେବ ଉପନ୍ୟାସ, ନ ହୋଇ କାଗଜ ଫର୍ଦ୍ଦେ ।



Rate this content
Log in