STORYMIRROR

ଗଣେଶ୍ୱର ବେହେରା

Children Stories

4  

ଗଣେଶ୍ୱର ବେହେରା

Children Stories

ମୁଁ ବସ୍ତିର ପିଲା

ମୁଁ ବସ୍ତିର ପିଲା

1 min
381

ମୁଁ ଜଣେ ବସ୍ତିର ପିଲା

ମନର ଦରଜା ମୋର ସାହାଣମେଲା 


ହୃଦୟଟା ମୋର ଗୋଟେ ଖାଲି ସିଲଟ 

ଜାଣେନାହିଁ ମୁଁ କିଛି ଛନ୍ଦ କପଟ।


ପେଟ ପାଇଁ ବାପା ମୋର ଦାଦନ ଖଟେ

ପଲିଥିନ ତଳେ ପରା ଆମ ଜୀବନ କଟେ।


 ବୋଉ ମୋର ପରଘରେ ବାସନ ମାଜେ

ଗରିବୀ ନିଆଁରେ ନିତି ଆମ ଭାଗ୍ଯଟା ସିଝେ ।


ଧରିନାହିଁ ମୁଁ କେବେ ବହି ବସ୍ତାନି 

କାଲି କଥା ମୁଁ କେବେ ଚିନ୍ତା କରିନି।


ଦିନଯାକ ମୋର ଖେଳକୁଦରେ ବିତେ 

ଯୁଝୁଥାଏ ସଦା ମୁଁ ଦୁନିଆ ସାଥେ ।


ବସ୍ତି ଭାଙ୍ଗିବାକୁ ସଭିଏଁ ଦିଅନ୍ତି ରଡି

ଦୁଃଖ ଆମ ବେଳକୁବେଳ ଯାଏ ବିଗିଡି।


ଏ ସନ ପୂଜାରେ ଆସିଥିଲେ ମନ୍ତ୍ରୀ ବାବୁ

ପଢାପଢି ସାଥେ ପକ୍କାଘର କଥା ବୁଝିବେ ସବୁ।


ପିଲାଙ୍କ ସାଥେ ଏଥର ମୁଁ ସ୍କୁଲ୍ ଯିବି

ହାକିମ ହୋଇ ବାପାବୋଉ ଆଖି ଲୁହ ପୋଛିବି ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍