STORYMIRROR

ଗଣେଶ୍ୱର ବେହେରା

Abstract Fantasy Thriller

4  

ଗଣେଶ୍ୱର ବେହେରା

Abstract Fantasy Thriller

କୁଆଁରୀ ଭାବନା

କୁଆଁରୀ ଭାବନା

1 min
253


  

କୁଆଁରୀ ହୃଦୟ

ସଜ କାକରଫୁଲ 

ଶିକୁଳିହୀନ ଆବେଗ 

ମୁଠାଏ ଅକୁହା କଢ...


ସେ ଅପେକ୍ଷାର ଶେଷ ପାହାଚରେ

ପୁଣି ନୀରବ ନିଶ୍ଚଳ 

ଛାତିରେ ଛାତିଏ ଆଶା

ଚିତ୍ରିତ ମଗ୍ନରେ

କାଶତଣ୍ଡି ଲଗ୍ନରେ ....


ଜହ୍ନ କଇଁର ସମ୍ପର୍କକୁ ଦେଖେ

କ'ଣ ବୁଝେ କେଜାଣି

ମୁରୁକି ହସି ଦିଏ !

ଲାଜରେ ମୁରୁଜ ବୁଣେ....


ଅଣ୍ଟିରେ ତା ଅନାବିଳ ଜହ୍ନିଫୁଲ 

 ମନରେ ସମର୍ପଣର ଭୋଗଡାଲା 

ତୁଳସୀ ଚଉରାମୁଳେ

ତା ଆଞ୍ଜୁଳା ଟେକା

କୁମାରୀତ୍ୱର ଅଲିଭା ଶିଖା ....


ଜୀବନ ଅଙ୍କ ଅବୁଝା

ପ୍ରୀତିର ମହୁଲି ମଜା

ନୂଆ ଆଭୁଷଣ 

କୁହୁକ ଆକର୍ଷଣ...


କୁଆଁରୀ ଭାବନା

ନାରୀତ୍ବର ଆକୁଳ କାମନା

କଇଁ, ଚାନ୍ଦ ଆଉ ବଉଳ

ଅଲିଭା ସମ୍ପର୍କର ଦେଉଳ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract