STORYMIRROR

ଗଣେଶ୍ୱର ବେହେରା

Children

4  

ଗଣେଶ୍ୱର ବେହେରା

Children

ଡାମରା କାଉ

ଡାମରା କାଉ

1 min
359


ଡାମରା କାଉ ରେ ଡାମରା କାଉ 

ସକାଳୁ ସକାଳୁ ମୋତେ ଉଠେଇ ଦଉ


ଏତେ ଦିନ ପରେ ସ୍କୁଲ ମୋ'ର ହୋଇଛି ଛୁଟି

ହେଲେ ଭୁଲିନି କେବେ ରଖିବାକୁ ତୋହର ରୁଟି 


ଯତନେ ରଖିଛି ସାଇତି କେତେ କେତେ ଦରବ

ଅଶିଣ ଆଣିଛି ସାଥିରେ ଆମ ଦୁର୍ଗା ପରବ 


କାଶତଣ୍ଡୀ ଫୁଲେ ଫୁଲେ ମହକେ ନଦୀର ପଠା

ଘରେ ଘରେ ଭାସେ ଆରିସା କାକରା ମିଠା 


"ମା" ଆସୁଛନ୍ତି ବୋଲି ମନେ କେଡେ ସରାଗ 

ଚାଲ ଭୁଲିଯିବା ଆମେ ସବୁ ପୁରୁଣା ରାଗ 


ବୁଲି ବୁଲି ଖାଇବୁ ତୁ କେତେ ନୂଆ ଜିନିଷ

 ରାଣ ଦେଲି ଭୁଲିବୁନି ମୋ ସ୍ନେହ ପରଷ 


ତୋ ପାଇଁ ପରା ମୁଁ ମୋ ପେଟରୁ କାଟେ 

ଦଣ୍ଡେ ନ ଦେଖିଲେ ତତେ ମୋ ଛାତିଟା ଫାଟେ 


ମା' ଙ୍କ ପାଖରେ ନିତି ଲାଗିବ ଲୋକଙ୍କ ଭିଡ

ତୋ'ର ମୋ'ର ବୁଲି ଦେଖିବା ଭଳିକିଭଳି ମେଢ଼ 


ମୀନା ବଜାର ରୁ କିଣିବା ନୂଆ ନୂଆ ଖେଳଣା 

ତୋ ପାଇଁ ବଇନା ଦେବି ଗୋଟେ ରୂପା ଝୁଲଣା 


ଝୁଲଣା ରେ ଝୁଲି ଝୁଲି ଦେଖିବୁ ତୁ ଯାନିଯାତରା

 ଦିନ ସାରା ବୁଲ ଖାଇବା ଠୁଙ୍କାପୁରୀ ଆଉ ଦହିବରା 


 ନେଳି ନାଲି ଆଲୁଅରେ ବୁଲିବା କରି କେତେ ମଜା 

ଚାଟ୍ ଆଉ ଗୁପଚୁପ ରେ ପରା କଟିଯିବ ଆମ ପୂଜା 


ଦଶହରା ପରେ ପରେ ଖୋଲିଯିବ ଆମ ସ୍କୁଲ୍ 

ପାଠପଢ଼ା ଆଉ ଘରକାମ କୁ ଭୁଲିବାନି ବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children