Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

ଦଣ୍ଡ ନାଚ ସାହିତ୍ୟ

ଦଣ୍ଡ ନାଚ ସାହିତ୍ୟ

2 mins
318



ଛୁଆ ଦିନୁ ମୋ ଢେଙ୍କାନାଳ ଅଂଚଳରେ 

ଦେଖିଅଛି ଦଣ୍ଡନାଟ,

ସେଥିର ନାଚରେ ଶୁଣିଛି ମୁଁ ତ ଅନେକ 

ଅନେକ ଲୋକ ଗୀତ |୧|


ଜାଣିନାହିଁ ମୁଁ, ଏହା ସବୁ ଗୀତକୁ କେଉଁ 

ବିଶିଷ୍ଟ କବି ଲେଖି ଅଛନ୍ତି 

ଯାହା ଜାଣେ, ଏହାର ଦିଗଦର୍ଶକ ବିଭିନ୍ନ 

ଗ୍ରାମର କବି ରହି ଥାଆନ୍ତି |୨|


ସୃଷ୍ଟି ହୋଇଛି ଏସବୁ କବିତା ସମୁହ 

ବୋଧେ ଲୋକଙ୍କ ହୃଦୟରୁ

ନିରକ୍ଷର ଅଥବା ଅଳ୍ପ ଶିକ୍ଷିତ ଜନତାଙ୍କ 

ମନ ଆକାଶ ମଧ୍ୟରୁ |୩|


ସବୁ ଢଗଢମାଳି ଓ ଗୀତ ପ୍ରଭୃତି ଗଡି 

ଆସିଛି ପରମ୍ପରାନୁକ୍ରମରେ 

ଦୀର୍ଘ ଦିନ ଧରି ରହି ଆସି ଅଛି ପ୍ରାଣ 

ପିଣ୍ଡ ସଦା ଦଣ୍ଡ ନାଟରେ |୪|


ଗ୍ରାମର ମୁକ୍ତ ମଞ୍ଚ, ଏମାନଙ୍କର ଲୀଳା

 ଓ ଖେଳାର ଭୂମି ତ

ଏହି ସାହିତ୍ୟ ଓ ନାଚ ସବୁ ଜନତାଙ୍କ 

ହୃଦୟେ ହୋଇଛି ଆଦୃତ |୫|


ଦଣ୍ଡ ନାଟର ସୁଆଙ୍ଗର ସମସ୍ତ ଚରିତ୍ରର 

ରହିଥାଏ ଦୁଇଟି ସ୍ତର 

ସଂଳାପ, ସଂଗୀତ ବିହିନ ମୁକ୍ତାଭିନୟ 

ରହିଥାଏ ପ୍ରଥମ ସ୍ତରର |୫|


 ପ୍ରାକୃତିକତା ଓ ଆଦିମତା ରହିଥାଏ 

ଏଥିର ନାଚ ଭିତରେ

ଏହା ଅନୁକରଣଧର୍ମୀ ହୁଏ କଳାକାରର

 ବିଭିନ୍ନତା ଅଙ୍ଗଭଙ୍ଗୀରେ |୬|


ମନୁଷ୍ୟ ଓ ପଶୁପକ୍ଷୀ ମାନଙ୍କର ଚାଲି

ଚଳନ ତଥା ସ୍ଵଭାବକୁ 

ଅନୁକରଣ ଯୋଗୁ ଅନୁକରଣଧର୍ମୀ କୁହା

ଯାଏ, ପ୍ରଥମ ପ୍ରକାର ସ୍ତରକୁ |୭|


ଦ୍ଵିତୀୟ ସ୍ତର ହୋଇଲା ପୌରାଣିକ 

କଥାର ରଚନା ଓ ପଠନ

ନୂତନତା ଲାଭ କଲା ଦଣ୍ଡ ନାଟରେ 

ଦୃଶ୍ୟ ରୂପ ସହ କଥନ |୮|


ବୋଲନ୍ତି ରାମାୟଣ ଓ ମହାଭାରତ ର 

ମର୍ମସ୍ପର୍ଶୀ ବିଭିନ୍ନ କାହାଣୀକୁ 

ଦଣ୍ଡ କବି ମାନେ ନିଜସ୍ୱ ଭାଷାରେ ହିଁ,

ବିମୋହିତ କରନ୍ତି ଗଣଙ୍କ ହୃଦୟକୁ |୯|


ମୌଳିକତାକୁ ବଜାୟ ରଖନ୍ତି ବିଭିନ୍ନ 

ବିଷୟ ସେଥିରେ ଯୋଗ କରି 

ସାହିତ୍ୟିକ ତଥା କବିତ୍ୱକୁ ବିଭିନ୍ନ ରାଗ 

ରାଗିଣୀ ରେ ପରିପୂର୍ଣ୍ଣ କରି |୧୦|


ଦଣ୍ଡ ଲୋକ ଗୀତି, ରସାଳିତ ଗ୍ରାମ୍ୟ ଗୀତ ‌

ହୃଦୟର ବାଣୀରେ

ଲୟ ଅଛି ଓ ମାଧୁର୍ଯ୍ୟ ଅଛି ପ୍ରତ୍ୟେକ ଦଣ୍ଡ 

କବି ମାନଙ୍କ ଗୀତିରେ |୧୧|


ମଣିଷ ତଥା ସମାଜ ର ସମସ୍ୟାକୁ ମୁକ୍ତ 

ଭାବେ ପରିପ୍ରକାଶ ହୁଏ, 

ଦଣ୍ଡ ନାଟର କବି ଯାହା ଦେଖିଥାଏ ଓ 

ଯାହା ଅନୁଭବ କରିଥାଏ |୧୨|


ଦଣ୍ଡ ନାଟରେ କଳାକାର ପ୍ରତିଫଳିତ 

କରାଇବାରେ ପଛଘୁଞ୍ଚା ଦିଅନ୍ତିନି

ଲୋକ ନୃତ୍ୟ ହେଲେ ହେଁ, ସାହିତ୍ୟିକୁ 

ଅବଦାନ ଅସ୍ଵୀକାର୍ଯ କରି ହେବନି |୧୩|


ଲୋକ ଲୋକ ମଧ୍ୟରେ, ଗ୍ରାମ ଗ୍ରାମ 

ମଧ୍ୟରେ, ବାଣୀ ପ୍ରଚାର ହୁଏ

ସତ୍ୟ, ଧର୍ମ ଓ ତ୍ୟାଗ ର ବାଣୀକୁ ସଦା 

ତ ପ୍ରଚାର ହୋଇ ଥାଏ |୧୪|


ଅନେକ କିଛି ଶିକ୍ଷଣୀୟ ବାର୍ତ୍ତା ପ୍ରଦାନ 

କରିଛି ଦଣ୍ଡ ନାଚ ସମାଜ ପାଇଁ

ଶାନ୍ତି, ସହଯୋଗ, ମୈତ୍ରୀ, ପ୍ରେମ ବାଣୀ

ରେ ଉଦବୋଧିତ କରିଥାଇ |୧୫|


ପ୍ରତିକୂଳ ପରିବେଶରୁ ନିଜକୁ କିପରି ରକ୍ଷା 

ହୋଇ ପାରିବ, ଶିକ୍ଷା ଦିଏ

ଅଗଣିତ କଳାକାର ମାନଙ୍କର ଅମୂଲ୍ୟ କଳା 

ପ୍ରୀତିକୁ ଭୁଲିବାର ନୂହେଁ |୧୬|


ଦଣ୍ଡ ସାହିତ୍ୟ କୁ ଯେଉଁ ମାନଙ୍କର ଅବଦାନ 

ରହିଛି, ସେମାନଙ୍କୁ

ମୋର ପ୍ରଣାମ ଗଞ୍ଜାମ, ନୟାଗଡ଼, ଢେଙ୍କାନାଳ, 

ଅନୁଗୋଳ ଜିଲ୍ଲାର କଳାକାରଙ୍କୁ |୧୭|



Rate this content
Log in

Similar oriya poem from Inspirational