Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational

4.0  

Gyanendriya Dash

Inspirational

ଜନ୍ମାଷ୍ଟମୀ

ଜନ୍ମାଷ୍ଟମୀ

1 min
184



ଜନମ ଲଭିଲ         ହେ ଭାବ ଠାକୁର

       ଶ୍ରୀକୃଷ୍ଣ କଳା ଶ୍ରୀହରି ।

ଭାଦ୍ରବ ମାସର         ଅଷ୍ଟମୀ ତିଥିରେ

        କୃଷ୍ଣପକ୍ଷ କଲ ଶିରୀ ।


ବିଶ୍ୱ ପାପଭାର         ଲାଘବ କରିବା

        ଏକମାତ୍ର ଥିଲା ଲକ୍ଷ୍ୟ ।

ଲୀଳାମୟ ପ୍ରଭୁ        ବସୁଦେବ ସୁତ

        କର୍ତ୍ତବ୍ୟରେ ଥିଲ ଦକ୍ଷ ।


ମାମୁଁ କଂସାସୁର        ସଂହାରି ମଥୁରା

         କଲ ବୈକୁଣ୍ଠ ସମାନ ।

ମହାଭାରତରେ         ଶାନ୍ତି ପ୍ରତିଷ୍ଠାରେ

         ଥିଲା ମୁଖ୍ୟ ଅବଦାନ ।


ଧନ୍ୟ ମାଁ ଦେବକୀ       ଅଷ୍ଟମ ଗର୍ଭରେ

         କରିଲେ ତୁମ୍ଭେ ଜନମ ।

ନନ୍ଦ ଯଶୋଦାଙ୍କ        ପାଳନରେ କେବେ

         ହୋଇ ନ ଥିଲାଟି ଭ୍ରମ ।


ତୁମ ଜନ୍ମଦିନ          'ଜନ୍ମାଷ୍ଟମୀ' ନାମେ

         ବିଶ୍ୱ ବ୍ରହ୍ମାଣ୍ଡରେ ଖ୍ୟାତ ।

ଯୁଗେ ଯୁଗେ ଦୁଷ୍ଟ        ସଂହାରି ହେ ପ୍ରଭୁ

         ପାଳୁଥାଅ ଏ ଜଗତ ।

         


Rate this content
Log in

Similar oriya poem from Inspirational