STORYMIRROR

Sisir Kumar Samal

Inspirational Children

5  

Sisir Kumar Samal

Inspirational Children

ଗଛ ଟ଼ିଏ ହେବି ଗଛ ଟ଼ିଏ

ଗଛ ଟ଼ିଏ ହେବି ଗଛ ଟ଼ିଏ

1 min
1.4K


ଗଛ ଟି଼ଏ ହେଵି ଗଛ ଟି଼ଏ,

         ସବୁଜ ସୁନ୍ଦର ଗଛଟି଼ଏ ।

ସମାଜର ହିତରେ ସଦା ଲାଗୁଥିବି

          ଝଡି଼ ବତାସ କୁ ଡ଼ରେ କିଏ ।। (୧)

ଦୂଷିତ ବାୟୁକୁ ଶୋଷି ନେଉଥିଵି

            ବଦଳରେ ଦେବି ଅମ୍ଳଜାନ,

ବାଟ଼ୋଇକୁ ସଦା ଛାଇ ଦେଉଥିବି

            କମିଯିବ ତାର ଥକା ପଣ ।।(୨)

ପକ୍ଷୀ ମାନେ ସବୁ ରାଵ କରୁଥିବେ

             ସକାଳରୁ ସଞ୍ଜ ମୋ ଶାଖା ରେ,

ହନୁ ମାମୁଁ ପୁଣି ନାଚ଼ କରୁଥିବ

           ଏ ଡାଳୁ ସେ ଡ଼ାଳ ଆନନ୍ଦରେ ।। (୩)

ଗଛଟି଼ଏ ହେବି ଗଛ ଟି଼ଏ,

            ସବୁଜ ସୁନ୍ଦର ଗଛଟ଼ିଏ ।

ଜୀବନଟା ସାରା ସେବା କରୁଥିବ଼ି,

            ଗୁଣକୁ ମୋହର ସରି କିଏ ।। (୪)

କାଠକୁ ମୋହର ଜାଳେଣି କରିଣ

              ରାନ୍ଧି ଦେଲେ ମା' ଖାଦ୍ୟ ,

ମହା ଆନନ୍ଦରେ ଖାଇନିଅ ସବୁ 

              ବଢିଯାଏ ତାର ସ୍ବାଦ ।। (୫)

ପତ୍ର ଫୁଲ ଫଳ ଭକ୍ଷଣ କରିଣ 

             ଜୀବ ହୁଏ ବଳିଆନ ,

ଚ଼େର ମୂଳିକାରେ ସାଇତି ରହିଛି

              ବହୁ ଔଷଧୀୟ ଗୁଣ ।। (୬)

ଗରମ ଦାୟୁରୁ ରକ୍ଷାକରେ ମୁହିଁ

             ବହ‌ଇ ଶୀତଳ ବାଆ ,

ଉତପ୍ତ ପୃଥିବୀ ଶୀତଳ‌ ପଡ଼‌ଇ‌

          ସବୁବେଳେ ହୁଏ ସାହା ।। (୭)

ଗଛ ଟି଼ଏ ହେଵି ଗଛ ଟି଼ଏ

         ତୁମ ଅଗଣାର ଶିଶୁ‌ ଟି଼ଏ, 

ହେଲେ ଏ ମଣିଷ ବୁଝେ ନାହିଁ କିଛି

          ବଞ୍ଚି‌ ଥାଉ ଥାଉ କାଟେ ସିଏ ।। (୮)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational