STORYMIRROR

Sisir Kumar Samal

Romance Others

3  

Sisir Kumar Samal

Romance Others

ସ୍ମୃତି

ସ୍ମୃତି

1 min
217


ସ୍ମୃତି ମୋର ସେଇ        ବାଳିକା ବଧୂର

       ବେଳାଭୂମି ବାଲି ଘର,

ସାଗର ବେଳାରେ          ନିତି ଗଢୁଥାଏ

        ଭାଙ୍ଗୁଥାଏ ବାରବାର ।।

ସଢ଼େଇରେ ଭାତ        ଡ଼ାଲି ତରକାରୀ

        ମିଛି-ମିଛିକା ସେ ଖେଳ,

ଜୀଵନରେ ମୋର       ଭରିଦିଏ ରଙ୍ଗ

        ଲଙ୍ଘିଯାଏ ସିନ୍ଧୁ କୂଳ ।।

ସ୍ମୃତି ମୋର କେଵେ       ନିର୍ଜନ ରାତିରେ

         ପୂର୍ଣ୍ଣମୀ ଜହ୍ନର ଜୈସ୍ନା,

ଶୁଭ୍ର ଆଲୋକରେ        ଆଲୋକିତ କରେ

         ଅତୀତ କୁ କରେ ସାମ୍ନା ।।

ବିଗତ ଦିନର        ଅଭୁଲା ସ୍ମୃତି କୁ

      ଝୁରିଝୁରି ଦିନ ସରେ,

ଦୁଃଖ ପରେ ସୁଖ      ବିଧାତା ଲେଖିଛି

       ଜିଇଁବି ନୂଆ ଆଶାରେ।।

ସ୍ମୃତି ମୋର ସେହି       ବସନ୍ତ ଋତୁର

        ଆମ୍ବ ବ‌ଉଳର ବାସ୍ନା,

ଚୋରା ମଳୟରେ        କୋଇଲି ର ସ୍ବର

        ମନେ ଭରିଦିଏ ତୃଷ୍ଣା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance