Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Kumar Samal

Inspirational Others

3  

Sisir Kumar Samal

Inspirational Others

ମାୟା

ମାୟା

1 min
168


ପ୍ରେମ ଏମିତିକା ମାୟା ମରିଚିକା ,

       ଧାଇଁ ଗଲେ ପାଶେ ମିଳ‌ଇ ଧୋକା ।


ସମୟଟା ଗୋଟେ ମାୟା ହରିଣୀ ,

         ବେଳ ଥାଉ ଥାଉ ନିଏ ମେଲାଣି ।


ଜୀବନ ଏମିତି ମାୟାରେ ଗୁନ୍ଥା ,

         ସମୟ ପାଖରେ ଅଡୁଆ ସୂତା ।


ଲୋଭ ନାହିଁ ଏ ମିଛ ମାୟା ସଂସାରେ ,

         ଜୀବନର ବାଜି ଯେଉଁଠି ହାରେ ।


ମାୟା ନଗରୀରେ ରଖିଛି ପାଦ ,

         ଛଳନା ଜୂଈରେ ସଜାଡି ସେଜ ।


ମାୟାରେ ଚାଲିଛି ସଂସାର ଭାଇ ,

         ମତଲବି ପଛେ ସଭିଏଁ ବାଇ ।


ମାୟା ହରିଣୀର ମାୟାକୁ ଦେଖ ,

         ଵୁଝି ନ'ପାରନ୍ତି ଅପର ଦୁଃଖ ।


ମାୟାବିନି ପଛେ ସଭିଏଁ ବାୟା ,

         ଜାଣିପାରନ୍ତିନି ତାହାରି କାୟା ।


ତଥାପି ମଣିଷ ମାୟାରେ ପଡେ,

          କୁରାଢି ମାରନ୍ତି ନିଜର ଗୋଡେ ।


ଲୋଡା ନାହିଁ ମୋର ଏହି ଜୀବନ,

        ମାୟାରେ ଯେଉଁଠି ଯାଏ ଜୀବନ ।


Rate this content
Log in

Similar oriya poem from Inspirational