STORYMIRROR

Sisir Kumar Samal

Inspirational Others

3  

Sisir Kumar Samal

Inspirational Others

ମାୟା

ମାୟା

1 min
191

ପ୍ରେମ ଏମିତିକା ମାୟା ମରିଚିକା ,

       ଧାଇଁ ଗଲେ ପାଶେ ମିଳ‌ଇ ଧୋକା ।


ସମୟଟା ଗୋଟେ ମାୟା ହରିଣୀ ,

         ବେଳ ଥାଉ ଥାଉ ନିଏ ମେଲାଣି ।


ଜୀବନ ଏମିତି ମାୟାରେ ଗୁନ୍ଥା ,

         ସମୟ ପାଖରେ ଅଡୁଆ ସୂତା ।


ଲୋଭ ନାହିଁ ଏ ମିଛ ମାୟା ସଂସାରେ ,

         ଜୀବନର ବାଜି ଯେଉଁଠି ହାରେ ।


ମାୟା ନଗରୀରେ ରଖିଛି ପାଦ ,

         ଛଳନା ଜୂଈରେ ସଜାଡି ସେଜ ।


ମାୟାରେ ଚାଲିଛି ସଂସାର ଭାଇ ,

         ମତଲବି ପଛେ ସଭିଏଁ ବାଇ ।


ମାୟା ହରିଣୀର ମାୟାକୁ ଦେଖ ,

         ଵୁଝି ନ'ପାରନ୍ତି ଅପର ଦୁଃଖ ।


ମାୟାବିନି ପଛେ ସଭିଏଁ ବାୟା ,

         ଜାଣିପାରନ୍ତିନି ତାହାରି କାୟା ।


ତଥାପି ମଣିଷ ମାୟାରେ ପଡେ,

          କୁରାଢି ମାରନ୍ତି ନିଜର ଗୋଡେ ।


ଲୋଡା ନାହିଁ ମୋର ଏହି ଜୀବନ,

        ମାୟାରେ ଯେଉଁଠି ଯାଏ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational