କେମିତି ଅଛି ମୁଁ...
କେମିତି ଅଛି ମୁଁ...
କେମିତି ଅଛି ମୁଁ' କହିବି କି'ପରି
ଭାବିବାକୁ ଲାଗେ ଶଙ୍କା ,
ତୁମରି ବିଚ୍ଛେଦ ହୃଦେ ଦିଏ କ୍ଷତ
ଭାବେ କେବେ ହବ ଦେଖା ।
ଶରୀରରୁ ଯଦି ଆତ୍ମା ଛାଡ଼ି ଯାଏ
ଜିଇଁଥାଇ କିବା ଲାଭ ,
ଅଧାଗଢ଼ା ଯଦି ପ୍ରେମ ରହିଥାଏ
ବଢୁଥିଲା କାହିଁ ଭାବ ।
ଭୁଲ୍ ନାହିଁ ମୋର, ନାହିଁ ବି ତୁମର
ଭାଗ୍ୟ କଲା ବିଡ଼ମ୍ବନା ,
ସମୟ ଚକରେ ପେଶି ହୋଇ ଦୁହେଁ
ହୋଇଗଲେ ଆନମନା ।
ଏକାନ୍ତରେ ଯଦି ପଚାରେ ମନକୁ
କାହିଁ ହେଲୁ ଆନମନା ,
ବାସ୍ତବେ ଆଜିବି ଝୁରୁଛି ତୁମକୁ
କାରଣ ଖୋଜି ପାଏନା ।
ଭୁଲିଯିବା ସବୁ ରାଗ ଅଭିମାନ
ସମୟକୁ କରି ସାକ୍ଷୀ ,
ପୂରଣ କରିବା ଅଧାଗଢ଼ା ପ୍ରେମ
ସାଜି ଦୁଇ ପ୍ରେମ ପକ୍ଷୀ ।