STORYMIRROR

Sisir Kumar Samal

Abstract Inspirational

3  

Sisir Kumar Samal

Abstract Inspirational

ମେରା ଭାରତ ମହାନ

ମେରା ଭାରତ ମହାନ

1 min
195


ପଞ୍ଚସ୍ତରୀ ତମ ସ୍ୱାଧୀନତା ଆମ

             ମନେ ଭରିଦିଏ ଖୁସି,

ଭାରତ ମାତାର ସନ୍ତାନ ଆମେ ଯେ

             ସଭିଏଁ ଭାରତବାସୀ || (୧)


ଘରେଘରେ ଆଜି ଉଡୁଛି ତ୍ରିରଙ୍ଗା

              ଭାରତ ମହାନ ଗାନ,

ତ୍ୟାଗ ବଳିଦାନ ଶାନ୍ତି ଓ ଏକତା

             ବିଶ୍ବାସ ପ୍ରତୀକର ନାମ || (୨)


ନିଜ ରକତକୁ ପାଣି କରି ଯିଏ

           ସ୍ବାଧିନତା ଦେଲେ ଆଣି ,

ଭୁଲିବାନି କେବେ ତାଙ୍କ ବଳିଦାନ

           ଗୁଣ ଗାରିମା କାହାଣୀ || (୩)


ନାରୀ ଓ ତ୍ରିରଙ୍ଗା ସମ୍ମାନ ରଖିବା

             ରଖିବା ତାଙ୍କର ଟେକ ,

ଭାରତୀୟ ବୋଲି ଗର୍ବରେ କହିବା

              କଟିଯାଉ ପଛେ ବେକ || (୪)


ଜାତି ଧର୍ମ ବର୍ଣ୍ଣ ଭେଦଭାବ ନାହିଁ

            ସଭିଏଁ ଭାରତବାସୀ,

ସେବାର ତାହାର ଜୀବନ ହାରିବା

            ମିଳିଯିବ ଆତ୍ମତ୍ରୃପ୍ତି || (୫)


ଆସରେ ସଭିଏଁ ଏକାଠି ଗାଇବା

             ଜାତୀୟ ସଂଗୀତ ଗାନ,

ଗରବରେ ସଦା ମିଶିକି କହିବା

            ମେରା-ଭାରତ-ମହାନ || (୬)


Rate this content
Log in

Similar oriya poem from Abstract