Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswaranjan Mohanty

Abstract

3  

Biswaranjan Mohanty

Abstract

ଥୁଣ୍ଟା ଗଛ

ଥୁଣ୍ଟା ଗଛ

1 min
247



ଏହି ବଗିଚାରେ ପୋତି ଦେଇଥିଲା 

    ଗଛ ଦିନେ ଆଣି ମାଳି 

କେତେ ଯତନରେ ସାଇତି ସେ ମୂଳେ 

    ପାଣି ଦେଇଥିଲା ଢାଳି  l 

ଗଛ ବଡ ହେଲା ପତ୍ର  କଅଁଳିଲା 

   କେତେ ଫୁଲ ଫୁଟିଗଲା 

ଆଘାତ ନ ହେବ ବାଆ ବତାସିରେ 

   ଯତନେ ସେ ଜଗିଥିଲା  l 

ଜଗୁଆଳି ଗଲା ବାଡ଼ ଦୋହଲିଲା 

   ହୋଇଗଲି ଅବାଂଛିତ 

ଥୁଣ୍ଟା ଗଛ ହୋଇ ରହିଛି ଅନାଇ 

   ସେନେହୁ ହୋଇ ବଞ୍ଚିତ l 

ତଥାପି ନିରାଶେ ସୁଦୂର ଆକାଶେ 

    ଚାହିଁ ରହି ଅଛି କାହିଁ 

ଜାଣୁଛି କାହାର ଉପକାର ପାଇଁ 

   ଛାଡିଗଲା ମୋତେ ସେହି l 

ପବନ ହିଲ୍ଲୋଳେ ଦୋହଲୁ ଅଛି ମୁଁ 

    ପାଚିଲା ପତରଟିଏ 

ପାଦପ ପାଦରେ ପଡିବି ମୁଁ ଝଡି 

    ଚି଼ହ୍ନ ରଖିବାକୁ ଖିଏ  l 


  


Rate this content
Log in