STORYMIRROR

Biswaranjan Mohanty

Abstract

3  

Biswaranjan Mohanty

Abstract

ଶୂନ୍ୟତାର ଅଧିବାସ

ଶୂନ୍ୟତାର ଅଧିବାସ

1 min
158

ଅର୍ଚ୍ଚନା ପାଇଁ ନାହିଁ ମୋ ଶକତି କେବେ 

ଆବେଗରେ ଖାଲି ତୁମକୁ ଯା ଅନୁଭବେ !

ମନ, ମନାସୀର ତୁମେ ତ ମାନସ ତରୀ 

ନିତି କରେ ଯାକୁ ଭାଗ୍ୟ ତା ଉପହାସ ପାରନ୍ତା କି ସିଏ ଧରି ? 

ତୁମେ ନୁହଁ ରାଣୀ କବିର କଳ୍ପନା ଖାଲି 

ତୁମେ ହୋଇଯାଅ ଯନ୍ତ୍ରଣା ମରୁବାଲି l 

ବିରହେ ମିଳନେ ଅନୁରାଗ ର ରାଗିଣୀ 

ମୋହପାଇଁ ତୁମେ ଖାଲି ଉଦ୍ଦୀପକ ସାଧକ ସାଧନା ବାଣୀ 

ଅତି ନିର୍ମମ ଅନ୍ତର ତଳେ ପୁଣି 

ଆତ୍ମ ଗୋପନେ ଅଛଗୋ କବିତା ରାଣୀ 

ନିର୍ଜନ ବେଳେ ତୁମେ ଅତି ଧୀରେ ଆସ 

ଅଧିରେ ମୁଁ କରେ ସୁନ୍ଦର ରୂପକୁ କଜ୍ଜଳରେ ପରକାଶ l 

ସୂର୍ଯ୍ୟ ଲୁଚିଲେ ଲୁଚଇ ଆଲୋକ ଧାରା 

ଘନ ଅନ୍ଧକାରେ ଆକାଶେ ଲୁଚଇ ତାରା l 

ନିଃସଙ୍ଗ କୁଟୀରେ ଶୂନ୍ୟତାର ଅଧିବାସ 

ନୀରଦ ଆଖିରେ ନିମନ୍ତ୍ରଣ କଲେ ନିରଳସେ ତୁମେ ଆସ l 

ଚନ୍ଦ୍ର ଉଦିଆ ନ ଜଳେ ଏପୁରେ ଆଉ 

ନିବାରିବା ପାଇଁ ଏ ଘୋର ଅନ୍ଧାର ଦାଉ l 

ଜଳାଇ ଦିଅ ସେ ପୁରୁଣା ଦୀପକୁ ସାଜି, 

ପ୍ରତି ପ୍ରତିବିମ୍ବ ଉଜ୍ଜଳାଇ ଦିଅ 

ତୁମରି ଭାସ୍ୱରେ ମାଜି l 

ମୋର ଗଳେ ତୁମ ଚପଳ ଚରଣ ଛନ୍ଦି 

ନିମିଷକେ ମୋତେ ଛନ୍ଦରେ କର ବନ୍ଦୀ 

ଅତି ନିଵିଡରେ ଭିଡ଼ି ଧର ତୁମ କୋଳେ 

ଗୋଟି ଗୋଟି ଗୁନ୍ଥି ସଜଳ ଶବଦ 

ବାନ୍ଧିଦିଏ ତୁମ ଗଳେ l 


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract