ପଙ୍ଗୁ ଅତୀତ
ପଙ୍ଗୁ ଅତୀତ
ହେ ମୋର କେବେ କିଛି ହୋଇ ନଥିବା ଭାଗ୍ୟ
ହସ୍ତ ପ୍ରସାରି ଡାକେ ମୋ ଭବିଷ୍ୟତ
ବୋଧେ ସେ ଦେଖିନାହିଁ
ତୋ ସହଯୋଗ, କିବା
ଦେଖିନାହିଁ ତୋର ପଙ୍ଗୁ ଅତୀତ ।
ଦେଖିବ ବା କେମିତି
ତୁମ ସହ ଏକା ତାର ପ୍ରଥମ ମିଳନ
ଅତୀତ ସହ ତାର ସମ୍ପର୍କ ନାହିଁ
ସେ ଆଉ ଅତୀତ ମଧ୍ୟେ ମୋର ଅବସ୍ଥାନ ।
ବର୍ତ୍ତମାନ ସମୟେ ସେ ସୁପ୍ତ
ଗଢୁଥାଏ ନିଜ ଉଦ୍ଦେଶ୍ୟ
ପ୍ରତିଷ୍ଠା ହେବା ପାଇଁ ସମାଜେ
ତାର ଉଦେଶ୍ୟର ତୁମେ ମୁଖ୍ୟ ନାୟକ
ତାର ଭଲ ମନ୍ଦ ଅବା ଅଲୋଡ଼ା ଦିନ ମାନଙ୍କରେ
ତୟାର କରୁଥାଏ ତୁମକୁ ନିଜେ ।
ଜାଣିନି ସେ ନେବ କେଉଁଠାକୁ
ସ୍ୱର୍ଗ, ନର୍କ, ମର୍ତ୍ତ୍ୟ କିମ୍ବା
ଛାଡ଼ିଦେବ ଅଧା ରାସ୍ତାରେ
ଅତୀତକୁ ଉନ୍ମୋଚନ କରିଥିଲେ
ଜାଣି ପାରନ୍ତା ତୁମ ଗତି କହିଥାନ୍ତା
ତୁମ ଭୂମିକା ତା ସମୟରେ ।
ଅତୀତ ବି ଚୁପ କହିବାକୁ
ତା ଦୁଃଖ ସୁଖ ଭରା ସମୟ
କେମିତି ଦେଇଛ ଫଳ
ତାହା ମଧୁର କିବା ଖଟା
ଯେବେ ସେ ନେଇଥିଲା ତୁମ ଠେ ଆଶ୍ରୟ ।
ମୁଁ କିନ୍ତୁ କହିବି ନାହିଁ
ଦେଖାଇବି ମୋର ପରିଶ୍ରମ
ଆଉ ତାର ପ୍ରତିବଦଳ ଫଳ
ତାପରେ ସବୁ ଛାଡ଼ିଦେବି
ଭବିଷ୍ୟତ ଠାରେ ତୁମକୁ ଆପଣେଇ
ଯୋଜନା କରିବ
କେମିତି କାଟିବ ତାର ସମୟ କାଳ ।