STORYMIRROR

Biswaranjan Mohanty

Others

3  

Biswaranjan Mohanty

Others

ଜନ୍ମେ ଭାରତ ବର୍ଷ

ଜନ୍ମେ ଭାରତ ବର୍ଷ

1 min
200


ସେଇ ଭାରତରେ କରେ ନମସ୍କାର

ଗଙ୍ଗା, ଗୋଦାବରୀ, କୃଷ୍ଣl ଜଳାଧାର

ପ୍ରଣମେ ବିନ୍ଧ୍ୟ, କନ୍ୟାକୁମାରୀ

ମଥାନତ କରେ ଦୂରେ ହିମଗିରି

ଆକାଶ ଜଣାଏ ମେଘର ବିନ୍ଦୁରେ ଆଶାର ବେଦନା ଝଡ଼

ମାଟିରେ ସବୁଜ ହସି ହସି ଆସେ ଭାଙ୍ଗି ବନ୍ଧନ ଗଡ଼ ll

ସେହି ସୀମା ଦେଶେ

ଗ୍ଲାନିର କ୍ଷେତରେ ଦିଏ କବି ବିସର୍ଜନ

ମ୍ଳାନତ ନୁହେଁରେ ସମୟର ଗୀତ

ସୃଜନର କଥା ସଭ୍ୟତାର ମହାଦାନ

ଡ଼ାକେ କବି ଏଠି ଜୀବନର ଯୁଦ୍ଧ

ଚାହେଁ କବି ଏଠି ଜୀବନର ଯୁଦ୍ଧ

ଚାହେଁ କବି ଏଠି ସଂଗ୍ରାମୀ ସାନିଧ୍ୟ

ଜାଳେ କବି ଏଠି ଏ ସମାଜ ଚିତା

ରଚେ କବି ଏଠି ଜୀବନ କବିତା

ନୂତନ ଦିଗନ୍ତେ ଲାଲ ପ୍ରଜାପତି

ପିଏ ଶୋଷକର ରକ୍ତ

ବାସ୍ତୁହରାର ଆଖିର ନିଆଁରେ

ଜନ୍ମେ ଭାରତ ବର୍ଷ ll  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍