STORYMIRROR

Biswaranjan Mohanty

Others Children

4  

Biswaranjan Mohanty

Others Children

ଆସିଗଲା ଗ୍ରୀଷ୍ମ କାଳ

ଆସିଗଲା ଗ୍ରୀଷ୍ମ କାଳ

1 min
162


ବସନ୍ତ ପୁଲକ ହରିନେଲା ଶୀତ 

   ଆସିଗଲା ଗ୍ରୀଷ୍ମ କାଳ 

ଆମ୍ବ ବଉଳର ବାସ୍ନା ହଜିଗଲା 

   ହଜିଲା ବସନ୍ତ ବେଳ  ll 

ପଢିଥିଲେ ପାଠ ଛଅଟି ଋତୁର 

    ଅନୁଭବ ହୁଏ ନାହିଁ 

ପରିବେଶ ନଷ୍ଟ ଯୋଗୁଁ ଆରେ ଭାଇ 

    ହଜିଗଲେ ଏଠୁ କାହିଁ   ll 

କୋଇଲିର ସ୍ୱର ଆଉ ଶୁଭୁନାହିଁ 

    ହଳଦୀବସନ୍ତ ଗଲା 

କୁମ୍ଭାଟୁଆ ଡାକ କୁଆଡେ ହଜିଲା 

   କଜଳପାତି ବି ମଲା   ll 

ମଣିଷ ସ୍ୱାର୍ଥରେ ବିଶ୍ୱ ନାଶ ହୁଏ 

   ପରିବେଶ ଅସ୍ତ ବ୍ୟସ୍ତ 

ପ୍ରାଣୀଏ ମରନ୍ତି ତ୍ରାହି ତ୍ରାହି ଡାକି 

    ମଣିଷ କରନ୍ତି ନାଟ  ll 

ମୁଣ୍ଡଫଟା ଖରା ହୁଏ କେତେବେଳେ 

     ହୁଏ ବର୍ଷା ଅଦିନିଆ 

କାଳବୈଶାଖୀ ହୁଏ ପ୍ରତିଦିନ ବନ୍ଧୁ 

    ବିଜୁଳି କରେ ଛାନିଆ  ll 

ଏସବୁ ସତର୍କ ବାର୍ତ୍ତା ଏ ପୃଥିବୀର 

   ବେଳୁ ହୁଅ ସାବଧାନ 

ନହେଲେ ବୁଡିବ ଭେଳା ତୁମ ନିଶ୍ଚେ 

   ଏକଥାଟି ନୁହେଁ ଆନ  ll 

କଂକ୍ରିଟ ରାସ୍ତା ନବଢ଼ାଅ  ବନ୍ଧୁ 

    ବୃକ୍ଷର କର ଯତନ 

ବିଳାସ ବ୍ୟସନ ଟିକିଏ କମାଇ 

   ସରଳ କର ଜୀବନ  ll 

 ନହେଲେ ଏ ବିଶ୍ୱ ହୋଇଯିବ ନଷ୍ଟ 

    ବଞ୍ଚିବାନି ଆମେ କେହି 

ଭବିଷ୍ୟତ ପିଢ଼ି ନିନ୍ଦିବ ଆମକୁ 

   ନଷ୍ଟ ହେବ ଆମ ମହୀ  ll 


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍