STORYMIRROR

Biswaranjan Mohanty

Fantasy Children

4  

Biswaranjan Mohanty

Fantasy Children

ଆମ ବିଦ୍ୟାଳୟ

ଆମ ବିଦ୍ୟାଳୟ

1 min
409


ଆଳୟ ମଧ୍ୟରେ ଶ୍ରେଷ୍ଠ ସେ ଆଳୟ


ବିଦ୍ୟାଳୟ ତା 'ର ନାମ


ଜ୍ଞାନର ଜୀବନ୍ତ ପ୍ରତୀକ ଭାବରେ


ହୋଇଛି ଦଣ୍ଡାୟ ମାନ  !!


ଅଜ୍ଞାନ ଅନ୍ଧାର ହଟାଇ ସେ ମନୁ


ଜ୍ଞାନ ର ଆଲୋକ ଦିଏ,


ଶୃଙ୍ଖଳା ଜ୍ଞାନ ରେ ଛାତ୍ର ଜୀବନ କୁ


କରିଥାଏ ଶୃଙ୍ଖଳିତ,


ଜାତୀୟତା ପ୍ରୀତି ଜାଗ୍ରତ କରଇ


ଛାତ୍ର ଜୀବନ ରେ ସେତ  !!


ଗୁରୁଜନ ଗଣେ ସଂମ୍ମାନ ଦେବାକୁ


ଏହି ଠାରେ ଶିଖାହୁଏ,


ବେପାର ବଣିଜ କରିବ କିପରି


ଗଣିତ ଏଠି ଶିଖାଏ  !!


ଭାରତର ଭବିଷ୍ୟତର କଳିକା


କଢ଼ ଫୁଲେ ରୂପାନ୍ତର,


କରିବା ଶକତି ରହିଛି ଏହାର


ନୁହେଁ ଏ ସାମାନ୍ୟ ସ୍ଥଳ !!


ଗୁରୁଜୀ, ଗୁରୁମା ଜୀବନ୍ତ ଠାକୁର


ଆଳୟ ରେ କର୍ମେ ରତ,


ଦେଶକୁ କିପରି ପ୍ରଦାନ କରିବେ


ସୁସନ୍ତାନ ଅବିରତ !!


ରଙ୍ଗ ବେରଙ୍ଗ ର ଫୁଲରେ ସୁନ୍ଦର


ବିଦ୍ୟାଳୟ ଉପବନ,


ସାଙ୍ଗସାଥି ମେଳେ ମଧୁର ଆଳାପେ


ବିତିଯାଏ ମୋର ଦିନ !!


ବିଦ୍ୟାଳୟ ମୋର ଅତି ଆପଣାର


ତା ସମାନ କେହି ନାହିଁ,


ସରଗୁ ସୁନ୍ଦର ମଧୁରୁ ମଧୁର


ଅଟେ ଏହା ଆମ ପାଇଁ !!


ଦେବତା ଙ୍କ କୁଟୀର, ଆମ ବିଦ୍ୟାଳୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy