ପଙ୍ଗୁ ଅତୀତ
ପଙ୍ଗୁ ଅତୀତ


ହେ ମୋର କେବେ କିଛି ହୋଇ ନଥିବା ଭାଗ୍ୟ
ହସ୍ତ ପ୍ରସାରି ଡାକେ ମୋ ଭବିଷ୍ୟତ
ବୋଧେ ସେ ଦେଖିନାହିଁ
ତୋ ସହଯୋଗ, କିବା
ଦେଖିନାହିଁ ତୋର ପଙ୍ଗୁ ଅତୀତ !
ଦେଖିବ ବା କେମିତି
ତୁମ ସହ ଏକା ତାର ପ୍ରଥମ ମିଳନ
ଅତୀତ ସହ ତାର ସମ୍ପର୍କ ନାହିଁ
ସେ ଆଉ ଅତୀତ ମଧ୍ୟେ ମୋର ଅବସ୍ଥାନ !
ବର୍ତ୍ତମାନ ସମୟେ ସେ ସୁପ୍ତ
ଗଢୁଥାଏ ନିଜ ଉଦେଶ୍ୟ
ପ୍ରତିଷ୍ଠା ହେବା ପାଇଁ ସମାଜେ
ତାର ଉଦେଶ୍ୟର ତୁମେ ମୁଖ୍ୟ ନାୟକ
ତାର ଭଲ ମନ୍ଦ ଅବା ଅଲୋଡ଼ା ଦିନ ମାନଙ୍କରେ
ତୟାର କରୁଥାଏ ତୁମକୁ, ନିଜେ !
ଜାଣିନି ସେ ନେବ କେଉଁଠାକୁ
ସ୍ୱର୍ଗ
, ନର୍କ, ମର୍ତ୍ତ୍ୟ କିମ୍ବା -
ଛାଡ଼ିଦେବ ଅଧା ରାସ୍ତାରେ
ଅତୀତକୁ ଉନ୍ମୋଚନ କରିଥିଲେ
ଜାଣି ପାରନ୍ତା ତୁମ ଗତି, କହିଥାନ୍ତା
ତୁମ ଭୂମିକା ତା ସମୟରେ !
ଅତୀତ ବି ଚୁପ, କହିବାକୁ
ତା ଦୁଃଖ ସୁଖ ଭରା ସମୟ
କେମିତି ଦେଇଛ ଫଳ
ତାହା ମଧୁର କିବା ଖଟା
ଯେବେ ସେ ନେଇଥିଲା ତୁମ ଠେ ଆଶ୍ରୟ !
ମୁଁ କିନ୍ତୁ କହିବି ନାହିଁ
ଦେଖାଇବି ମୋର ପରିଶ୍ରମ
ଆଉ ତାର ପ୍ରତିବଦଳ ଫଳ
ତାପରେ ସବୁ ଛାଡ଼ିଦେବି
ଭବିଷ୍ୟତ ଠାରେ, ତୁମକୁ ଆପଣେଇ
ଯୋଜନା କରିବ
କେମିତି କାଟିବ ତାର ସମୟ କାଳ !