ଅନେକ ସ୍ମୃତି
ଅନେକ ସ୍ମୃତି


ସୁନେଲି ଆକାଶରେ
ଚନ୍ଦ୍ର ଯେବେ ଆସେ
ଶୀତଳ କିରଣ ରୂପୀ
ପ୍ରେମ ସୁଧା ବରଷେ l
ଅନ୍ଧାରର ଦୁନିଆରେ
ଛାଏ ଶୁଭ୍ର ଆଲୋକ
ରାହା ପାଉ ନ ଥିବାକୁ
ମିଳେ ନୁଆଁ ପଥର ସୁଅ l
ସୁନେଲି ଆକାଶରେ
ମେଘ ଯେବେ ଆସେ
ସୂର୍ଯ୍ୟ ଲୁଚିଯାଏ ଦିନ
ଉପରେ ଅନ୍ଧାର ବସେ l
ସୁନ୍ଦର ଦିନଟିରେ ଭରେ
ଅନ୍ଧାର ରୂପୀ କୋହ
ପୃଥିବୀ ରେ ଛାଏ ବନ୍ୟା
ଆକାଶ ଝରାଏ ଲୁହ l
ପୃଥିବୀ ରେ କେତେବେଳେ
ରାତି ହୁଏ ଦିନ
ଅନେକ ସ୍ମୃତି ଭାବି
ଦେଖେ ସୁନେଲି ସପନ l
କେତେବେଳେ ହୁଏ ଏମିତି
ଯେ ଦିନ ହୁଏ ରାତି
ଲୁହ ଝରାଇ ଝରାଇ
ଦିନ ଯାଏ ବିତି l