STORYMIRROR

ଲିମନ ଦିଦି

Abstract

3  

ଲିମନ ଦିଦି

Abstract

ବିଚିତ୍ର ବୈଭବ ୩

ବିଚିତ୍ର ବୈଭବ ୩

1 min
168

ବିଧବା ନାଉଛି ଶଙ୍ଖା ସିନ୍ଦୂର,

ବାଞ୍ଝର ଆସୁଛି ଦ୍ବିତୀୟା ଭାର ।


ବିରାଡି ବୈଷ୍ଣବ ସାଜି ଲମ୍ପଟ,

ବ୍ୟାଧିଗ୍ରସ୍ତ ହୋଇ ଜଗିଛି ଖଟ ।


ବିଲରେ ନାହିଁ ଚାଷର ବାସ୍ନା,

ବାଡିରେ ନିଷ୍ଫଳା ପାଏ ଅର୍ଚ୍ଚନା ।


ବେଳ କାଳ ବିପରୀତ ହେଲାଣି,

ବାଳ ଚିତ୍ରେ ମାଆ ଧୂପ ଦେଲାଣି ।


ବିଷୟ ବାସନା ବାନ୍ଧିଛି ବସା,

ବିରଳ ପବିତ୍ର ପୁରୁଷ ଯୋଶା ।


ବାରଣ ନାହିଁ ଭଲ ମନ୍ଦକୁ,

ବାଘ ବି ନିରବ ଦେଖି ପାପକୁ ।


ବିତୃଷ୍ଣା ବଢୁଛି ଅନଳ ପ୍ରାୟେ,

ବର୍ତ୍ତିବାକୁ ବିଭୁ ଭଜୁଥା ଲୟେ ।

                


Rate this content
Log in

Similar oriya poem from Abstract