STORYMIRROR

JitendraNath Gahir

Abstract Others

3  

JitendraNath Gahir

Abstract Others

କଲମର ନିବେଦନ

କଲମର ନିବେଦନ

1 min
282

ମୁଁ କଲମ କହୁଛି

ଆପଣ ମାନଙ୍କର

ପ୍ରିୟ କଲମ

ହେ ମାନବ !

ନା ନା ଭୁଲ୍ କହିଦେଲି

ହେ ସ୍ବାର୍ଥପର ଶିକ୍ଷିତ ମାନବ !

ମୁଁ ତୁମକୁ କହୁଛି

ଶୁଣୁଛ ତ ! ଶୁଣ

ଆପଣମାନଙ୍କୁ କହୁଛି

ଆପଣମାନଙ୍କ ପରି

ଶିକ୍ଷିତ ସମାଜକୁ କହୁଛି ।

ମୋର ଠିକ୍ ମନେ ଅଛି

ଆପଣମାନେ କହୁଥିଲେ ନା

ଆମେ ସୃଷ୍ଟିରେ ଶ୍ରେଷ୍ଠଜୀବ ବୋଲି

ହଁ ହଁ ମୁ ବି ଜାଣିଛି

ଆପଣମାନେ ହିଁ ଶ୍ରେଷ୍ଠ

ହେଲେ କୁଆଡେ ଗଲା ଆଜି ଶ୍ରେଷ୍ଠପଣ ?

କାହିଗଲା ସେ ସ୍ବାଭିମାନ ?

କେଉଁଠି ହଜିଛି ଆପଣଙ୍କ ମାନବିକତା ?

ଘରଠୁ ଆରମ୍ଭ କରି ଅଫିସ ଯାଏ

ଜନତାଠୁ ଆରମ୍ଭ କରି ପୋଲିସ ଯାଏ

ଯେଉଁଠି ଦେଖ ଲମ୍ବି ଲମ୍ବି ଚାଲିଛି

ଅନୀତି,ଅନ୍ଯାୟ ଓ ଅତ୍ୟାଚାରର ଚେର

ପୁଣି ଶୋଷଣ, ବଳାତ୍କାର ତଥା ବ୍ଯାଭିଚାରର ବର୍ବର

ହେଲେ ଏସବୁର ମୂଳରେ ଦାୟୀ କିଏ ?

ମୁଁ କି ଆପଣମାନେ ନା ଆମ ଶିକ୍ଷା

ନା ଆମ ଶିକ୍ଷାବ୍ଯବସ୍ଥା ।

ସତରେ

ବର୍ତ୍ତମାନ ର ସମାଜକୁ ଦେଖି

ମୁଁ ବ୍ଯସ୍ତ ଓ ବିବ୍ରତ

ତେଣୁ ହେ ଚିନ୍ତାନାୟକ !

ଥରେ ଚିନ୍ତାକରନ୍ତୁ

ଆମେ କାହିଁକି ଏତେ ବିପଥଗାମୀ ?

କାହିଁକି ଏତେ କଳୁଷିତ ?

କାହିଁକି ଏତେ ଦୁର୍ନୀତିଗ୍ରସ୍ତ ଓ ଅବହେଳିତ ?

କଣ ଏସବୁ ପ୍ରଶ୍ନର ଉତ୍ତର ଅଛି

ଆପଣଙ୍କ ପାଖରେ

ନା ନଥିବ କାରଣ

ଆପଣମାନେ ବି ଆଜି

ଲୋଭାସକ୍ତ ଓ ସୁପ୍ତ

ତେଣୁ ସମସ୍ତେ ପଡିଗଲ

ଭିଟାମିନ୍ ଏମ ର ଲୋଭରେ ।

ତେଣୁ କରି ତ ମୁଁ ହାରି ଯାଇଛି

ବର୍ତ୍ତମାନର ପାଖରେ

ଥକି ଯାଇଛି ତୁମ ପରି

ଶିକ୍ଷିତ ଗୋଷ୍ଠୀର ସ୍ବାର୍ଥପଛରେ

କେତେବେଳେ କାହାରି ଚାପରେ ତ

କେତେବେଳେ କାହାରି ଗୁଣ୍ଡାମିରେ

ପୁଣି କେତେବେଳେ କାହାରି କ୍ଷମତାରେ

କାହାରି ପଇସାର ଅଙ୍ଗଦ ପାଦରେ

ଚାପି ହୋଇ ରହିଛି ଶ୍ବାସରୁଦ୍ଧ ଭାବରେ

ଆଜି ଚାପି ହୋଇ ରହିଛି ଶ୍ବାସରୁଦ୍ଧ ଭାବରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract