STORYMIRROR

JitendraNath Gahir

Others

3  

JitendraNath Gahir

Others

ଅତିପ୍ରିୟ ବହି

ଅତିପ୍ରିୟ ବହି

1 min
272

ସତରେ

ଲାପଟପ କି

ମୋବାଇଲ ରେ ମୁଁ କେବେ

ପଢିପାରେ ନାହିଁ

କାରଣ

ରାତିରେ ଶୋଇବା ବେଳେ

ଛାତିରେ ଧରି ମୁଁ ତାକୁ

ଶାନ୍ତିରେ ଶୋଇପାରେ ନାହିଁ ?୧।

ଯଦି ଥାଏ ଛାତିରେ ମୋ

ଅତି ପ୍ରିୟ ବହି

କେମିତି ଯେ ନିଦ

ଜଣିପାରେ ନାହିଁ ।୨।

ବହି ମୋର ବନ୍ଧୁଟିଏ

ଅତି ଆପଣାର

ସାଥି ହୋଇ ରହେ ମୋର

ସୁଖର ଦୁଃଖର ।୩।

ହାତେ ଥିଲେ ବହିଟିଏ

ଲାଗେ ନାହିଁ ଏକା

ଭୋକ ଶୋଷ ଭୁଲିଯାଏ

ଯଦି ହୁଏ ଦେଖା ।୪।

ସତବୁଦ୍ଧି ସତଜ୍ଞାନ

ଦିଏ ମୋତେ ନିତି

ତା ସାଥିରେ ଏ ଜୀବନ

ଯାଉ ମୋର ବିତି

ମୋର ହେଇ ଯାଉ ଇତି।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍