STORYMIRROR

JitendraNath Gahir

Others

3  

JitendraNath Gahir

Others

ଟୋପାଏ ସିନ୍ଦୂର

ଟୋପାଏ ସିନ୍ଦୂର

1 min
346

ଟୋପାଏ ସିନ୍ଦୂର

କା ପାଇଁ ଜୀବନ

କା ପାଇଁ ଯେ ପରିଚୟ ,

ପ୍ରିୟାର ମଥାରେ

ଟୋପାଏ ସିନ୍ଦୂର

ଆଣି ଦେଇଥାଏ

ଜୀବନରେ ବରାଭୟ ।1।

ଅମାନିଆ ମନେ

ସପନ ବୁଣେ ସେ

ସିନ୍ଦୂର ଟୋପାକ ପାଇଁ,

ବିବାହ ବେଦୀରେ

ପ୍ରିୟତମ ହାତୁ

ମଥାରେ ସିନ୍ଦୂର ନେଇ। 2।

ସିନ୍ଦୂର ଲଗାଇ

ମଥାରେ ନିଜର

ପତିବ୍ରତା ନାରୀଟିଏ,

ସାତ ଜନମର

ସାଥି ଟିଏ ପାଇଁ

ଆଗାମୀ ଜୀବନ ଜୀଏଁ ।3।

ସିନ୍ଦୂରର ମୂଳ

ନାରୀଟିଏ ପାଇଁ

ଜୀବନରେ ସବୁକିଛି ,

ପ୍ରିୟତମ ପାଇଁ

ନିଜେ ଦୁଃଖେ ପିଇ

ହସି ହସି ସେ ବଞ୍ଚିଛି । 4।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍