STORYMIRROR

JitendraNath Gahir

Romance

2  

JitendraNath Gahir

Romance

ପ୍ରତାରଣାର ଯନ୍ତ୍ରଣା

ପ୍ରତାରଣାର ଯନ୍ତ୍ରଣା

1 min
159

ପ୍ରତାରଣା ଏକ ଏମିତି ଯନ୍ତ୍ରଣା

ଜଳୁ ଥାଏ ହୃଦୟରେ

ଅତୀତର ସବୁ ଅଭୂଲା ସ୍ମୃତିକୁ

ସାଉଁଟି ଆଣେ ସେ

ଏକାନ୍ତରେ ନୀରବରେ

ଲୋତକ ଝରୁଛି ନୟନ ରୁ ମୋର

ପ୍ରଣୟର କଥା ଭାବି

ଚାଲି ଗଲା ପରେ ଆଘାତ ଦେଉଛି

ହୃଦୟକୁ ମୋର

ତୋର ଗୋଲାପି ମୁହଁର ଛବି

ବିରହ ବେଦନା କିଏ ସେ ବୁଝିବ

ବିଧୁର ଏଇ ମୋ ପ୍ରାଣ

ଗୋଲି ହେଉଅଛି ବାହାର ଭିତର

ପାଇବାକୁ ତୋତେ

ଆକୁଳ ହେଉଛି ମନ

ତୋତେ ଲାଗୁଥିବ ଆଖି କାନ୍ଦୁଅଛି

ହୃଦୟ କାନ୍ଦୁଛି ମୋର

କେମିତି ସହିବି ପ୍ରତାରଣା କୁ ତୋ

ପାରୁନାହିଁ ଆଉ

ଜୀଇଁବା ଲାଗେ ଜହର

ବାହୁ ମେଲି ପ୍ରିୟା ଅପେକ୍ଷା କରିଛି

ଗଭୀର ପ୍ରଦେଶ ମୋର

ଅନୁରୋଧ ଆଜି ଫେରିଆ ତୁ ଥରେ

ଗୋଟେ ଥର ପାଇଁ

ରାଗ ରୋଷ ଛାଡି ତୋର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance