ପ୍ରତାରଣାର ଯନ୍ତ୍ରଣା
ପ୍ରତାରଣାର ଯନ୍ତ୍ରଣା
ପ୍ରତାରଣା ଏକ ଏମିତି ଯନ୍ତ୍ରଣା
ଜଳୁ ଥାଏ ହୃଦୟରେ
ଅତୀତର ସବୁ ଅଭୂଲା ସ୍ମୃତିକୁ
ସାଉଁଟି ଆଣେ ସେ
ଏକାନ୍ତରେ ନୀରବରେ
ଲୋତକ ଝରୁଛି ନୟନ ରୁ ମୋର
ପ୍ରଣୟର କଥା ଭାବି
ଚାଲି ଗଲା ପରେ ଆଘାତ ଦେଉଛି
ହୃଦୟକୁ ମୋର
ତୋର ଗୋଲାପି ମୁହଁର ଛବି
ବିରହ ବେଦନା କିଏ ସେ ବୁଝିବ
ବିଧୁର ଏଇ ମୋ ପ୍ରାଣ
ଗୋଲି ହେଉଅଛି ବାହାର ଭିତର
ପାଇବାକୁ ତୋତେ
ଆକୁଳ ହେଉଛି ମନ
ତୋତେ ଲାଗୁଥିବ ଆଖି କାନ୍ଦୁଅଛି
ହୃଦୟ କାନ୍ଦୁଛି ମୋର
କେମିତି ସହିବି ପ୍ରତାରଣା କୁ ତୋ
ପାରୁନାହିଁ ଆଉ
ଜୀଇଁବା ଲାଗେ ଜହର
ବାହୁ ମେଲି ପ୍ରିୟା ଅପେକ୍ଷା କରିଛି
ଗଭୀର ପ୍ରଦେଶ ମୋର
ଅନୁରୋଧ ଆଜି ଫେରିଆ ତୁ ଥରେ
ଗୋଟେ ଥର ପାଇଁ
ରାଗ ରୋଷ ଛାଡି ତୋର

