STORYMIRROR

JitendraNath Gahir

Romance

3  

JitendraNath Gahir

Romance

ମୋ ପ୍ରିୟତମା

ମୋ ପ୍ରିୟତମା

1 min
181

ଲୁଚି ଲୁଚି ଧିରେ ଆସେ

ଚୁପ୍ ଚାପ୍ ପାଖେ ବସେ

ପଚାରିଲେ କିଛି

କଥା କହେନାହିଁ

ଲାଜେଇ ଲାଜେଇ

ମୃଦୁହସଟିଏ ହସେ

ସେ ମୃଦୁହସଟିଏ ହସେ ।୧।


ତାର ପ୍ରସନ୍ନ ଚନ୍ଦ୍ରମା ମୁଖ

ଦେଖିବାକୁ ଲାଗେ ସୁଖ

ମନ ଭରି ଟିକେ

ନିରେଖି ଚାହିଁଲେ

ତା ଅଞ୍ଜଳି ହସ୍ତେ

ଲୁଚାଏ ସେ ଅଧୋମୁଖ

ଆଜି ଲୁଚାଏ ସେ ଅଧୋମୁଖ ।୨।


ତାର ଅପସରାଜିତା ବେଶ

ସୁବିନ୍ଯାସ କଳାକେଶ

ଆଲକ୍ତ ରଞ୍ଜିତ

ଓଷ୍ଠଧାର ଦେଖି

ପାନ କରିବାକୁ

ହୃଦୟରେ ଜନ୍ମେ ଶୋଷ

ମୋର ହୃଦୟରେ ଜନ୍ମେ ଶୋଷ । ୩।


ତା ଅଲତାପାଦ ନୂପୁର

ସହ ଶ୍ରୁତି ସୁମଧୁର ସ୍ଵର

ଶୁଣି ଦେଲା ପରେ

ଇଛା ହୁଏ ନାହିଁ

ଶୁଣି ବାକୁ ଆଉ

ମୂର୍ଚ୍ଛନାଟି ସଂଗୀତର

ବନ୍ଧୁ ମୂର୍ଚ୍ଛନାଟି ସଂଗୀତର ।୪।


ତାର କମନୀୟ କଳେବର

ଚୋରାଏ ହୃଦୟ ମୋର

ମରାଳ ପରିକା

ଚାଲି ଦେଖିଦେଲେ

ଆଜି ଚଗଲା ପାଦଟି

ବାଟ ଭୁଲିଯାଏ ତାର

ସତେ ବାଟ ଭୁଲିଯାଏ ତାର ।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance