STORYMIRROR

JitendraNath Gahir

Romance

4  

JitendraNath Gahir

Romance

ଅନୁତାପ

ଅନୁତାପ

1 min
306

ଭୁଲ୍ କରିବାର ଉପହାର ଆଜି

ମିଳିସାରିଲାଣି ମୋତେ

ତଥାପି ସମାଜ ବୁଝିପାରୁ ନାହିଁ

କେମିତି କହିବି ସତେ। ୧।


ମନ ଥିଲା ବୋଲି ମନ ଦେଇଥିଲି

ମନ ନେଇ ଥିଲ ଖୁସି

ମଲା ଜହ୍ନ ଭାବି ମନା କରିଦେଲା

ଭାଙ୍ଗି ଦେଲା ହସି ହସି। ୨।


ମନ ଯଦି ମୋର ଭାଙ୍ଗିବାର ଥିଲା

କିଆଁ ଅଭିନୟ କଲ ,

ମଧୁର ମଧୁର କଥା କହି କହ

ମନ ମୋର ମୋହିନେଲ।୩।


ମନ କଥା ତୁମ ଜାଣି ପାରିଲିନି

ମନେ ମନେ ହେଲି ଖୁସି ,

ବନ୍ଧୁ ବାନ୍ଧିଥିଲି ଭରସା କରିକି

ତେଣୁ କରି ହେଲି ଦୋଷୀ ।୪।


ଭଲ ପାଇବଟା ଭୁଲ୍ ଯଦି ଥିଲା

ସେ ଭୁଲ୍ କରିଛି ମୁହିଁ,

ତୁମ ପାଇଁ ଯଦି ବଦନାମ ହେଲି

ଅନୁତାପ କରିବି କାହିଁ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance