STORYMIRROR

JitendraNath Gahir

Comedy

4  

JitendraNath Gahir

Comedy

ସ୍ତ୍ରୀ ବନାମ ଜାତକ ଓ ମୁଁ

ସ୍ତ୍ରୀ ବନାମ ଜାତକ ଓ ମୁଁ

1 min
301

ବାହା ହେବି ବୋଲି ଝିଅ ଦେଖି ଗଲି

ସଜବାଜ ହୋଇ ଦିନେ

ସୁନ୍ଦରୀ ଝିଅଟେ ଦେଖିଦଲୋ ପରେ

ବାହା ହେବା ପାଇଁ

ଭାରି ଖୁସି ହେଲି ମନେ ।୧।

ଜାତକ ମିଲାଇ ଜ୍ଯୋତିଷ କହିଲେ

ପଦ୍ମିନୀ ଶ୍ରେଣୀର ଝିଅ

ଝିଅ ନୁହେଁ ଇଏ ଖାଣ୍ଟି ଦେଶୀ ଘିଅ

ବାହା ହେବ ବେଳେ

ଏହାକୁ ହିଁ ବାହା ହୁଏ ।୨।

ଶୁଭ ଦିନ ଦେଖି ନିର୍ବନ୍ଧ ସରିଲା

ବାହାଘର ସ୍ଥିର ହେଲା

ପୁରୋହିତ ସହ ଜ୍ଞାତିକୁଟୁମ୍ବଙ୍କ

ଶୁଭ ଆଶିର୍ବାଦେ

ପରିଣୟ ସରିଗଲା। ୩।

ଭୋଜିଭାତ ଖାଇ ବନ୍ଧୁ ପରିଜନ

ଯେଯା ଘର ଗଲେ ଚାଲି

ନୂଆବୋହୁଙ୍କର ହାତରନ୍ଧା ଖାଦ୍ୟ

ଭାରି ସୁଆଦିଆ

ପ୍ରସାଦଠୁ ଗଲା ବଳି ।୪।

ଏହିପରି ଭାବେ ହସରେ ଖୁସିରେ

ବିତି ଯାଉଥିଲା ଦିନ

ଯେଉଁଆଡେ ଗଲେ ଫେରି ଆସୁଥିଲି

କାହିଁକି କେଜାଣି

ଘର ଖୋଜୁଥିଲା ମନ। ୫।

ସେ ଦିନ ରାତିରେ ଶୋଇବା ପୂର୍ବରୁ

କହିଲେ ଆସି ଶ୍ରୀମତୀ

ଘର ଖାଇବାଟା ଭଲ ଲାଗୁନାହିଁ

କାଲିଠାରୁ ଶୁଣ

ରେଷ୍ଟୁରାଣ୍ଟ ଯିବା ନିତି ।୬।

ସମସ୍ତଙ୍କ ପାଇଁ ରାନ୍ଧି ପାରିବିନି

ଚାକରାଣୀ ପରି ଆଉ

କେତେଦିନ ହେଲା ଟିଭି ଦେଖିନାହିଁ

ଫୋନ ଛୁଇଁ ନାହିଁ

ଯିଏ ଯାହା କହିଲେ କହୁ ।୭।

ଯେମିତି ଶୁଣିଲି ତାଙ୍କର ଏକଥା

ଚଡକ ପଶିଲା ମୋତେ

ଘର ଥାଉଁ ଥାଉଁ ବାହାରେ ଖାଇବା

ଭଲ ହେବ ନାହିଁ

କେମିତି କହିବି ସତେ ?୮।

ହାବଭାବ ଦେଖି ବୁଝି ଗଲେ ସିଏ

ମୁହଁ ମୋଡି ଗଲେ ଶୋଇ

ସକାଳୁ ସକାଳୁ ଉଠି ଚାଲିଗଲେ

ଶ୍ରୀମତୀ ମୋହର

ମନ ଭଲ ନାହିଁ କହି ।୯।

ବାହାରକୁ ଯାଇ ଶୁଣିଲି ଯେମିତି

ଫୋନ ସେ କହୁଥିଲେ

ଏମିତି ଜୀବନ ବଞ୍ଚି ପାରିବନି

ନେଇ ଯାଅ ବାପା

ପଞ୍ଜୁରିରେ ବନ୍ଦୀ ଥିଲେ । ୧୦।

ବାପା ମାଆ ଆସି ନେଇଗଲେ ତାଙ୍କୁ

କେତେ ଦିନ ପାଇଁ କହି

ଦିନ ସରୁ ସରୁ ମାସ ସରିଗଲା

ବରଷ ପୁରିଲା

ଶ୍ରୀମତୀଙ୍କ ଦେଖା ନାହିଁ

ମୋର ଶ୍ରୀମତୀଙ୍କ ଦେଖା ନାହିଁ ।୧୧।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy