Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Comedy Classics

4  

KRUTIBAS NAYAK

Comedy Classics

କବିତା ଆଳାପ-02 :ଶିକ୍ଷକ : -ଡକ୍ଟର କୃତ୍ତିବାସ ନାୟକ

କବିତା ଆଳାପ-02 :ଶିକ୍ଷକ : -ଡକ୍ଟର କୃତ୍ତିବାସ ନାୟକ

1 min
473



ବିଦେଶକୁ ଗଲେ ବିଦେଶୀ ହୁଅନ୍ତି ଚାକିରୀ କରେ ଯେ ଚାକର,

ଚାକିରୀ କରି ମୁଁ ଶିକ୍ଷକ ହୋଇଛି ଲୋକେ କହୁଛନ୍ତି ମାଷ୍ଟର |


ମାଷ୍ଟର ମାଷ୍ଟର ଡାକିଲେ ଆଗରୁ ଲାଗୁଥିଲା ଭାରି ଖରାପ,

ମାଷ୍ଟରର ଅର୍ଥ ମାଲିକ ଜାଣିଲି ହୃଦୟରେ ଫୁଟେ ଗୋଲାପ | 


ଧନୀ ମାନୀ ଜ୍ଞାନୀ ଯେତେସବୁ ଗୁଣୀ ଅଚାନ୍ତି ସମାଜେ ଆମର,

ସଭିଙ୍କର ପିଲା ହେଲେ ମୋର ଚେଲା ମୁହିଁ ଗୁରୁଦେବ ତାଙ୍କର |


ପୁସ୍ତକରେ ସବୁପାଠ ଲେଖା ଅଛି ତାକୁ ପଢିଦେଲେ ହେଲା,

ମାନେବହି ଏବେ ବଜାରରେ ମିଳେ ପିଲା ଦେଖିଦେଲେ ଗଲା |


ବର୍ଷକୁ ତ ଅଧା ଛୁଟି ମିଳେ ମୋତେ ଦରମାରେ ହାତ ବାଜେନି,

ଟିଉସନ କରେ ବସି ନିଜ ଘରେ ମାଡ଼ ଦିଏ ଯିଏ ବୁଝେନି |


ମାଡ଼ ମାରିବାକୁ କେଉଁ ଚାକିରୀରେ ଅଧିକାର ନାହିଁ କାହାର,

ଦଣ୍ଡମୁକ୍ତ ସିନା ବିଦ୍ୟାଳୟ ହେଲା ଅଧିକାର ଅଛି ଆମର |


ଶିକ୍ଷକ ହେବାରୁ ଘରେ ଓ ବାହାରେ ମୋତେ ଡାକୁଛନ୍ତି ସାଆରେ,

ପୁରାତନ ଛାତ୍ର ତାଙ୍କ ବାପା-ମାଆ ଇଜ୍ଜତ ଦିଅନ୍ତି ବାହାରେ |



Rate this content
Log in

Similar oriya poem from Comedy