STORYMIRROR

TUKUNA SAHU

Comedy

3  

TUKUNA SAHU

Comedy

କହିଲେ କହିବ କହୁଚି

କହିଲେ କହିବ କହୁଚି

1 min
1.0K

ପଞ୍ଚାୟତ ପାଇଁ ପାଞ୍ଚ ବରଷରେ

ଆସିଥିଲା ଯେତେ ପାଣ୍ଠି 

କୁଜି ନେତା ସବୁ ମିଳିମିଶି କରି 

ନେଇଛନ୍ତି ତାକୁ ବାଣ୍ଟି ।


ଯାହାର ଭାଗରେ କଅମ ପଡ଼ିଲା 

ମୁଁହରେ ନାହିଁ ତା' ହସ 

ଯାହାକୁ ମିଳିଛି ଆଶା ଠୁ ଅଧିକ 

ମୋଡୁଛି ସେ ବସି ନିଶ । 


ପରସ୍ପର ଦୋଷ ଲଦାଲଦି ହୋଇ 

ବୁଲୁଛନ୍ତି ଦୁଇ ଦଳେ 

ପ୍ରଚାର ଭିତରେ ମିଳିବ ଯାହାବି 

ପୂରାଇବେ ଅଣ୍ଟି ତଳେ । 


ନିର୍ବାଚନ ଯେବେ ସମାପ୍ତ ହୋଇବ 

ଆସିବ ନୂଆଁ ଯୋଜନା 

ଏକାଠି ହୋଇବେ କୁଜିନେତା ଗଣ 

କରିବେ ବାଟ ମାରଣା ।


Rate this content
Log in

Similar oriya poem from Comedy