ଅର୍ଥର କ୍ଷୁଧା
ଅର୍ଥର କ୍ଷୁଧା
ସତ୍ୟର ଦହନ ହିଂସାର ଅଗ୍ନିରେ
ଅର୍ଥ କିଣି ନିଏ ନ୍ୟାୟ
ବିଚିତ୍ର ସଂସାର ସମୟ ସୁଅରେ
ମିଥ୍ୟାବାଦି ପାଏ ଶ୍ରେୟ ।
ଯେତେ ଚାଟୁକାର ବଚନ ମଧୁର
ଛଳନାରେ ପୂର୍ଣ୍ଣ ଅନ୍ତ
ଅର୍ଥର କ୍ଷୁଧାକୁ ଶାନ୍ତ କରିବାକୁ
ରଚେ ନିତ୍ୟ ଷଡ଼ଯନ୍ତ୍ର ।
ନ୍ୟାୟ ଦଣ୍ଡଧାରୀ କରେ ନ୍ୟାୟ ବିକ୍ରି
ଆରକ୍ଷୀ ଚୋରର ମିତ୍ର
ମନ୍ତ୍ରୀ ଯନ୍ତ୍ରୀ ସବୁ ଏକତ୍ରିତ ହୋଇ
ଖୋଜନ୍ତି ଲୁଟିବା ସୂତ୍ର ।
ରୋଗୀ ସେବା ଛାଡ଼ି ଦ୍ଵିତୀୟ ଈଶ୍ୱର
ଅନ୍ୟାୟେ ଆରଜେ ବିତ୍ତ
ଅପମିଶ୍ରଣରେ ବଣିକ ଅଭ୍ୟସ୍ତ
ଶାନ୍ତ କରିବାକୁ ଚିତ୍ତ ।
