STORYMIRROR

TUKUNA SAHU

Romance

4  

TUKUNA SAHU

Romance

ପ୍ରେମେ ହେଲେ ସୌଦାଗର

ପ୍ରେମେ ହେଲେ ସୌଦାଗର

1 min
272

ଛଳନା ନାଟକ ଘୃଣାର ଫାଟକ 

ପାରିବୁ ଯଦି ତୁ ଡେଇଁ 

ପ୍ରେମର ପଥରେ ସଫଳ ହୋଇବୁ 

ସନ୍ଦେହ ତିଳେବି ନାହିଁ । 


ଥିଲେ ବଡ଼ ଘର ବାହାନ ଅବୋର 

ସୁନା ହୀରା ଲୀଳା ମୋତି 

ଅନେକ ଚାହିଁବେ ହେବାକୁ ପ୍ରେମିକା 

ଢାଳିବାକୁ ପ୍ରୀତି ନିତି । 


ସରକାରଙ୍କର ଅଧିନେ ଚାକିରି 

ଥିବ ଯଦି ବଡ଼ ଘର 

ରୂପ ରଙ୍ଗ ଆୟୁ ଖୋଜିବେନି କେହି 

ରହିବାକୁ ସାଥେ ତୋର । 


ଯେତେ ହେଲେ ଗୁଣି ସୁନ୍ଦର ଚରିତ୍ର 

ନଥିଲେ ପାଖରେ ଟଙ୍କା 

କେହିବି ତରୁଣୀ ଦେବେ ନାହିଁ ଧ୍ୟାନ 

ମୁଁହ ତାଙ୍କ ହେବ ବଙ୍କା । 


ଅଜବ ଦୁନିଆଁ ଗଜବ ବିଚାର 

ଦେଖି ନର ବ୍ୟବହାର 

ନିହାତି ବିରଳ ଘୋର କଳିକାଳେ 

ହେଲେ ପ୍ରେମେ ସୌଦାଗର । 


Rate this content
Log in

Similar oriya poem from Romance