STORYMIRROR

TUKUNA SAHU

Fantasy

4.0  

TUKUNA SAHU

Fantasy

ରାକ୍ଷୀ

ରାକ୍ଷୀ

1 min
200


ଅତୁଟ ବନ୍ଧନ ଅନେକ ସପନ 

ସମ୍ପର୍କର ଏଇ ଡୋର 

ରେଶମୀ ସୂତାରେ ନୁହଁଇ ସୀମିତ 

ଭଗ୍ନୀ ଭ୍ରାତା ନାମେ ସାର । 


ଥଟ୍ଟା ପରିହାସ ଆନନ୍ଦ ଉଲ୍ଲାସ 

କଳି କଜିଆର ସୁଅ 

ଜଣଙ୍କ ବିହୁନେ ଅନ୍ୟଟି ଅପୂର୍ଣ୍ଣ

ସତରେ ବିଚିତ୍ର ମୋହ । 


ଧାରେ ରକତରୁ ଉଭୟଙ୍କ ସୃଷ୍ଟି

ତଥାପି ଅଲଗା କର୍ମ 

ସହି ପାରନ୍ତିନି କେହି କାହା ଦୁଃଖ 

ଏହା ଅଟେ ତାଙ୍କ ଧର୍ମ । 


ସମସ୍ୟା ବହୁଳ ନାନା କୋଳାହଳ

ଆଶଇ ଅନେକ ଝଡ଼ 

ତଥାପି ସାହସ ହୁଏ ନାହିଁ ଶେଷ

ଭଙ୍ଗେନି ସମ୍ପର୍କ ନୀଡ଼ ।


Rate this content
Log in

Similar oriya poem from Fantasy