ଆସିବ ମାତାରାଣୀ
ଆସିବ ମାତାରାଣୀ
ସଙ୍ଗାତ ଲୋ ,
ଆନନ୍ଦରେ ଅବନୀ ଯେ
ଝୁମି ଝୁମି ନାଚୁଛି
ଆଉ ଗାଉଛି
ସାତ ସ୍ୱରରେ ରାଗିଣୀ
ସ୍ମିତ ହାସ୍ୟ ଅବନୀଟା
କେତେ ଯେ ଚାତୁରୀ
ବିଞ୍ଚିଛି ତା ବକ୍ଷେ ଆଜି
କେରି କେରି କାଶତଣ୍ଡୀ
ପୁଣି ନୀଳ ପୁଷ୍କରିଣୀରେ
ସଜେଇଛି ସେହି ମନଲୋଭା ଶ୍ୱେତପଦ୍ମକୁ
ସଙ୍ଗାତ ଲୋ ,
ଜାଣିଛୁକି ତୁହି ପ୍ରକୃତ କାରଣ
ଶାରଦୀୟ ଦୁର୍ଗାପୂଜା
ଘରେ ଘରେ ଦେଲାଣି ଡାକରା
ମହିଷାମର୍ଦ୍ଦିନୀ ମାତା ମୋର
ଅବନୀରେ ଓହ୍ଲେଇ ସିଂହ ବାହାନରେ
ଦର୍ଶନ ଦେବାକୁ ତା'ର ଭକ୍ତ ବତ୍ସଳଙ୍କୁ
ମାତା ମୋର ନୁହେଁ ଅଭିମାନୀ
ସେ ଯେ ଜଗତ ଜନନୀ
ଅମୃତର ବିନ୍ଦୁ ନେଇ ଆସିଛି ମା
ସରଗ ରାଇଜରୁ
ପରଷିବ ତା ଭକ୍ତ ରୂପି
ସନ୍ତାନ ମୁଖରେ
ସବୁ ଦୁଃଖ ଦେବ ମା ଦୂରେଇ
ଦେବ ସୁଖର ପସରା
ସଦା ସର୍ବଦା ଜଗଦ୍ଦାତ୍ରୀ ମାତା
ହେବ ତା'ର ଭକତକୁ ଆସରା
ସଙ୍ଗାତ ଲୋ ,
ସମୟ ତ ଆସିଛି ଆଗେଇ
ଭକତ ପାଖକୁ
ପାର୍ବଣ ରେ ମାତା ରାଣୀ
ଅତି ନିକଟରେ ,
ଶ୍ୱେତପଦ୍ମ ଅଜାଡ଼ି ଦେ
ମାତାର ଚରଣେ
ସଙ୍ଗେ ଗନ୍ଧ ପୁଷ୍ପ ମାଳା କରି
ପିନ୍ଧେଇଦେ ମାତାର ଗଳାରେ
ଲଗେଇଦେ କର୍ଣ୍ଣରେ କୁଣ୍ଡଳ
ଲଗେଇଦେ ନୟନେ କଜ୍ଜଳ
ପାଟଶାଢ଼ୀ ପିନ୍ଧେଇ ଦେ
ମାତା ବିଗ୍ରହରେ
ମାତା ହସ୍ତେ ଆଙ୍କିଦେ ତୁ
ଗୋଲାପି ମେହେନ୍ଦୀ
ସଙ୍ଗେ ପାଦରେ ଅଳତା
ମହା ସତୀ ମାତା ମୋର
ଦିଶିବ ସୁନ୍ଦର
ଝଲସିବ ଏ ସାରା ଜଗତ
ଷଷ୍ଠୀ ,ସପ୍ତମୀ ,ଅଷ୍ଟମୀ, ନବମୀ ତିଥିରେ
ମାତା ମୋର ଅବନୀରେ
କରିବଲୋ ବାସ
ସୁଧାରିବ ଭକତ ବିଷାଦ
ଦଶମୀ ତିଥିରେ ମାତା
ପରଷିବ ସୁଖର ପସରା
ଭକତର ହସ୍ତ ଆଞ୍ଜୁଳାରେ
ସଭିଙ୍କ ମୁଖରେ ମାତାରାଣୀ
ଫୁଟେଇବ ହସ
କିଛି କ୍ଷଣ ରହି ମାତା
ହେବ ସ୍ଵୟଂ ସ୍ଵର୍ଗବାସ ।।