STORYMIRROR

Purna chandra Rana

Classics Inspirational Children

3  

Purna chandra Rana

Classics Inspirational Children

ଗୁରୁ ଜ୍ଞାନ

ଗୁରୁ ଜ୍ଞାନ

1 min
139

ସେ ଏମିତି ନିଆରା ଶବ୍ଦ

ସେ ଶବ୍ଦଟି କେବଳ 

ଇଶ୍ଵରଙ୍କ ସହିତ ତୁଳନୀୟ

ଅନ୍ଧକାର ଦୁନିଆରୁ ହାତଧରି

ଛାଡିଥାଏ ଆଲୋକ ରାଇଜରେ

ଆଉ ଶିଖାଇଥାଏ 

ସୁଭାଷା ଓ ବ୍ୟବହାର

ଗୁରୁ ସାକ୍ଷାତ ଇଶ୍ବର

ସେ ସର୍ବ ପ୍ରଶଂସନୀୟ

ଗଢ଼ିଥାଏ ଭବିଷ୍ୟତ

ଜୀବନ ପଥକୁ ଉଜ୍ଜଳ କରିବା ପାଇଁ

ଭରିଦିଏ ସଂଖ୍ୟାତୀତ ମୋଡ଼

ସେ ମୋଡ଼ର ନାଆଁ ଦିଏ 

ଉଜ୍ଜଳ ଭବିଷ୍ୟତ

ଆଉ ତା'ର ଶିଷ୍ୟଟି

ସେ ମୋଡ ଦେଇ 

ସର୍ବଶେଷେ କରିଥାଏ 

ନାମ ତା'ର ଉଜ୍ଜଳ ,

ବିନା ଗୁରୁ ଜ୍ଞାନେ

ବିଦ୍ୟା ହୁଏ ନାହିଁ ପ୍ରାପ୍ତି

ମନେ ଭରିଯାଏ ଅନେକ ସନ୍ଦେହ

ପୁଣି ମନେ ରହେ

ଅସଂଖ୍ୟ ଯେ ତ୍ରୁଟି ,

ଦୁନିଆରେ ଗୁରୁ ଜ୍ଞାନ ବିନା

ନାହିଁ କିଛି ପଥ

ଗୁରୁ ଆମ ଜୀବନେ ଆଦର୍ଶ

ଆଉ ତାଙ୍କ ଆଦର୍ଶରେ ବାଟ ଚାଲିଲେ

ଲଭିବା ଆଶାଠୁ ଅଧିକ ଜ୍ଞାନ

ଆଉ ଢେର୍ ସାରା ପ୍ରେମ ପ୍ରିତୀ

ପୁଣି ଅଜସ୍ର ଭଲ ପାଇବା

ଗୁରୁ ଜ୍ଞାନେ ମାର୍ଜିତ କରିବା

ଏ ମୂଲ୍ୟବାନ ଜୀବନକୁ

ଉଜ୍ଜଳ କରିବା ଭବିଷ୍ୟତକୁ

ଆଉ ଯୁଗେ ଯୁଗେ ମନେ ରଖିବା

ମହାନ ସେ ଗୁରୁ ଜ୍ଞାନ

ଗୁରୁ ଆମ ଅନ୍ତରର ସମ୍ମାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics