STORYMIRROR

Purna chandra Rana

Classics

3  

Purna chandra Rana

Classics

ପ୍ରଶ୍ନ

ପ୍ରଶ୍ନ

1 min
163

ଅଧ୍ୟାୟର ଆରମ୍ଭରେ

ପ୍ରଶ୍ନର‌ ସମାହାର

ଆସେ ଉବଡ ଖାବଡ ରାସ୍ତା ପରି

କେତେ ବେଳେ ପ୍ରଶ୍ନର ହୁଏ ସମାଧାନ

ଆଉ କେବେ ମିଳେ ନାହିଁ 

କିଛି ପ୍ରଶ୍ନର ଉତ୍ତର ,

ଆଉ କିଛି ପ୍ରଶ୍ନ ପସେ 

ଚିତ୍ତେ ଯେ ଧସେଇ

ଅମାନିଆଁ ଢେଉ ପରି

ଲଙ୍ଘେ ଚାରିଦିଶା

କୋଉଠି ହୁଏ ଶିଘ୍ର ସମାଧାନ

ଆଉ କୋଉ ପ୍ରଶ୍ନ 

ଢେଉ ପରି ବହି ଚାଲିଥାଏ

ପହଞ୍ଚି ପାରେନା କୋଉ କୂଳେ ସେ

ଅନ୍ତିମେ ମିଶେ ପୁଣି

ସାଗର ରୂପି ଏ ବୃହତ ମନ ଭିତରେ

କେଜାଣି ?

ସେ ପଶ୍ନର କେବେ ହୁଏ ସମାଧାନ

କ'ଣ ସେ ପ୍ରଶ୍ନର‌ ଅଛି କି ଉତ୍ତର ?

ନା ସେ ପ୍ରଶ୍ନ ପରି

ଏ ମନ ରୂପକ ଗଭୀର ସାଗର ମଧ୍ଯରେ

ମିଶେ ଯାଇ

ସାତ ତଳ ପଙ୍କରେ ,

କ'ଣ ପୁଣି ସେ ପ୍ରଶ୍ନ

ସାତ ତଳ ପଙ୍କରୁ ଉଠିପାରେ କେବେ ?

କି ସେ ପ୍ରଶ୍ନ କାଳକ୍ରମେ

ବିଲୀନ ହୋଇଯାଏ 

ସେ ବୃହତ୍ ମନ ଭିତରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics