ବିଦିର୍ଣ୍ଣ ପ୍ରାଣ
ବିଦିର୍ଣ୍ଣ ପ୍ରାଣ
ବହଳ କାନନ ବିଷମ ଭୂମି
ବିଭାବରୀ ଆସେ ଗଗନ ଚୁମି
ବଚନ ଶୁଭୁଛି ଜଙ୍ଗଲ ତନୁ
ବଞ୍ଚାଅ କିଏ ସେ ଗହନ ବନୁ ।
ବିରଳ ଶବଦ ଗୁଞ୍ଜିତ କର୍ଣ୍ଣେ
ବହି ଆସେ ଭୟ ମୋହରି ମନେ
ବହ୍ନିର ଅଭାବେ ଅନ୍ଧ ନୟନ
ବାଟ ନ ଦିଶଇ ସ୍ଥାନ ବିଜନ ।
ବଢ଼ାଇଲି ପାଦ ଆଗକୁ ଆଗ
ବକ୍ଷରେ ଶୋଣିତ ଭାଗକୁ ଭାଗ
ବୃକ୍ଷଲତା ହେଉଥା'ନ୍ତି ବାଡ଼େଇ
ବଦନରୁ ଶ୍ଵେଦ ଝରି ପଡଇ ।
ବରଷା ତାଣ୍ଡବ ଧରା ହୃଦରେ
ବିପକ୍ଷ ଧାଆଁନ୍ତି ଆର ପାଖରେ
ବୁଦ୍ଧି ପାଞ୍ଚି ମୁଁ ଯେ କଲି ଚିତ୍କାର
ବିପରୀତ ଦିଗେ ନାରୀର ସ୍ବର ।
ବିରାଜିଲି ଯାଇ ଘଟଣାସ୍ଥଳେ
ବ୍ୟଥିତ ତରୁଣୀ ଜନନୀ କୋଳେ
ବାରଣ ନ କରି ଧରିଲି କରେ
ବିଷାଦର ଅଶ୍ରୁ ବେନି ନେତ୍ରରେ ।
ବହୁଛି ରୁଧିର ବିଗ୍ରହୁ ତା'ର
ବିବର୍ଣ୍ଣ ଦିଶଇ ମୁଖ ତାହାର
ବନଧାରା ପାଶେ ଯାଉଛି ବହି
ବ୍ଯଗ୍ରେ ଯାଇ ଜଳ ଆଣିଲି ମୁହିଁ ।
ବଦନରେ ନୀର ଢାଳିଲି ଧିରେ
ବ୍ଯଗ୍ରବନ୍ତ ବାକେ ଶବଦ କରେ
ବିନାଶ ନ କର ଯୋଡୁଛି ହାତ
ବିପଦରେ ଅଛି ଶୁଣ ହେ ମିତ ।
ବ୍ୟସ୍ତ ହୁଅନାହିଁ ତୁମେ ଭଗିନୀ
ବିବେକି ତ ମୁଁ ନ କରିବି ହାନୀ
ବ୍ୟାକୁଳ ହୋଇଣ କହେ ଯୁବତୀ
ବନ୍ଧୁ ସାଜି ଦୟା କରି ମୋ ପ୍ରତି ।
ବଇଦ ପାଖକୁ ନେଲି ଯେ ଧାଇଁ
ବିଶ୍ବାସରେ କାନ୍ଧେ ଗଲା ସେ ଶୋଇ
ବିଧାତାର ଥିଲା ଏ ବରଦାନ
ବିସ୍ମୟେ ବିଜୟା ପାଏ ଜୀବନ ।
ବର୍ଦ୍ଧିତ ହୋଇଲା ଖୁସି ଆସନ
ବିଭୋର ହେଲା ତ ସଖୀର ମନ
ବଞ୍ଚାଇବ ଯଦି ଏଠି ବିଧାତା
ବିଞ୍ଚିହେବ ନାହିଁ କାହାର ସତ୍ତା ।