ବର୍ଷା ଓ ମୋ ସ୍ମୃତି
ବର୍ଷା ଓ ମୋ ସ୍ମୃତି
ଲାଗେ ଭାରି ଭୟ ବରଷା ଆସିଲେ
ପୁଣି ବର୍ଷା ଭିଜା ରାତି
ଆକାଶେ ବିଜୁଳି ଉଙ୍କି ମାରେ ଯେବେ
ମନେ ମୋର ଖେଳେ ଭୀତି ।
ସେହି ବରଷା କୁ ଦେଖିଲେ ପୁଣି ମୁଁ
ହଜେ ସ୍ମୃତି ଆଢୁଆଳେ
ଭସାଉ ଥିଲି ମୁଁ କାଗଜ ର ଡଙ୍ଗା
ସାଥି ଓ ସଙ୍ଗାତ ମେଳେ ।
ଚାଲି ଥିଲା ପ୍ରତିଯୋଗିତା ଟେ ପୁଣି
ଡଙ୍ଗା ଭସାଣ କୁ ନେଇ
ଯାହା ଡଙ୍ଗା ଯେତେ ବେଶୀ ଦୂର ଯିବ
ସିଏ ହୋଇବ ବିଜୟୀ ।
ମସଗୁଲ୍ ଥାଉ ଖେଳରେ ଖେଳରେ
ବର୍ଷା ପଡୁ ଥାଏ ଝରି
ହେଲେ ଅଚାନକ ଘଡଘଡି ସହ
ବିଜୁଳି ଟେ ଦେଲା ମାରି ।
ସେ ବିଜୁଳି ଆସି କ୍ଷଣକ ମଧ୍ୟରେ
ପଡିଲା ଆମରି ପାଶ
ବିଜୁଳି ପରଶେ ମୋ ସାଥି ଦିନେଶ
ପଡିଲା ହୋଇ ବେହୋସ ।
ଭୟ ଆତଙ୍କ ରେ ସବୁ ସାଙ୍ଗ ପିଲା
ପ୍ରାଣ ମୂର୍ଚ୍ଛା ଦଉଡିଲେ
ଧୀରେ ଧୀରେ ଗାଁଆ ଗୋଟା ଲୋକ
ସେଠାରେ ଏକତ୍ର ହେଲେ ।
ଡାକ୍ତରଖାନା କୁ ତାକୁ ନିଆ ଗଲା
ଫେରିଲାନି ତାର ହୋସ
ଡାକ୍ତର ବାବୁ ଫେରାଇଣ ଦେଲେ
ଜୀଵନ ହୋଇଛି ଶେଷ ।
ସେହି ଦିନ ଠାରୁ ଆମ ଗାଁଆ ପିଲା
ଭସାନ୍ତିନି ଡଙ୍ଗା କେବେ
ବିଜୁଳି ଦେଖିଲେ ମନେ ଦକା ପଶେ
ଝରି ଯାଏ ଅଶ୍ରୁ ଲବେ ।
ଘଡଘଡି ଶବ୍ଦ ମନେ ହୁଏ ମୋତେ
ଆତସବାଜି ଆବାଜ
ମେଘ ରେ ଚପଳା ଆଲୋକ ଦେଖିଲେ
ମନେ ମୋ ହୁଏ ଦରଜ ।
ଛାତି ଥରା ସେହି ବର୍ଷା ଭିଜା ସ୍ମୃତି
କହିବାକୁ ଲାଗେ ଡର
ମନେ ପଡି ଗଲେ ଆଜିବି ସେଦିନ
ହୃଦ ହୁଏ ଥରହର ।