STORYMIRROR

sasmita tripathy

Abstract Classics Fantasy

4  

sasmita tripathy

Abstract Classics Fantasy

ପାପ ପଞ୍ଜୁରୀରେ ପୁଣ୍ୟର ଶାରୀ

ପାପ ପଞ୍ଜୁରୀରେ ପୁଣ୍ୟର ଶାରୀ

1 min
228


ପାପ ପଞ୍ଜୁରୀରେ ପୁଣ୍ୟର ଶାରୀ

    ମିଛ ମାୟା ତାକୁ ଯାଇଛି ଘାରି।


ଭୁଲିଛି ନିଜେ ସେ ନିଜ ଅସ୍ତିତ୍ବ

    ଖୋଜି ପାଉନାହିଁ ଇଶ୍ୱର ସତ୍ତ୍ୱ।


ଆସିଛି କୋଉଠୁ ଯିବ ସେ କାହୁଁ 

    ନବୁଝି କେବଳ ଅଥୟ ହେଉ।


ପଞ୍ଚଭୂତେ ଗଢ଼ା ମାଟି ପିଣ୍ଡୁଳା 

    ତା' ପାଇଁ କରେ ସେ ଅନେକ ଲୀଳା ।


ରସନା ବାସନା ସୁଖ ସମ୍ଭୋଗ 

    ସର୍ବଦା ତତ୍ପର ତା' ପାଇଁ ଆଗ।


ମୋହ ଅନ୍ଧକାର ଯେବେ ହଟିବ

    ବୟସ ଆୟୁଷ ଆଉ ନଥିବ ।


ବେଳ ଥାଉ ଖୋଲି ଦିଅ ପଞ୍ଜୁରୀ

    ମାୟା ବନ୍ଧନର ଆଦେଖା ଡୋରି।


ପଞ୍ଚ ଇନ୍ଦ୍ରିୟକୁ କରି ଆୟତ୍ତ

   ଷଡ଼ରିପୁକୁ କର ବଶୀଭୂତ।


ସତ୍ୟ ନ୍ୟାୟ ଧର୍ମେ ରଖ ବିଶ୍ଵାସ 

    ଯେମିତି ଶରୀର ପାଇଁ ନିଃଶ୍ୱାସ।


ରାମ କୃଷ୍ଣ ନାମ ଜପୁଥା ଶାରୀ 

     ହରି ନେବେ ଦୁଃଖ ନିଶ୍ଚେ ଶ୍ରୀ ହରି ।


      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract